କଂଗ୍ରେସ ଦଳ ତରଫରୁ ତିଗିରିଆ ବନ୍ୟା ପ୍ରପୀଡ଼ିତ ଲୋକଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ବାଣ୍ଟିଲେ

Udaya_Labanya | August 20, 2022 | 19 views |0 | Breaking News

ତିଗିରିଆ ବ୍ଲକ ପୁରୁଣା ତିଗିରିଆ ପଞ୍ଚାୟତ ର ଚଷାଆଁରା ଗ୍ରାମ ସମ୍ପୂର୍ଣ ଜଳବନ୍ଦୀ ତିଗିରିଆ (ଉଲା ପ୍ର )ଅବସ୍ଥା ରେ ରହିଛନ୍ତି। ଏହି ଗ୍ରାମକୁ ଆଜି ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଉମାବଲ୍ଲଭ ରଥ ଙ୍କ ସମେତ ତିଗିରିଆ ବ୍ଲକ କଂଗ୍ରେସ ସଭାପତି ସୋମନାଥ ଦାସ, ତିଗିରିଆ ବ୍ଲକ କୃଷକ କଂଗ୍ରେସ ଆବାହକ ମନୋରଞ୍ଜନ ଦାଶ ଓ କଟକ ଜିଲ୍ଲା ଯୁବକ କଂଗ୍ରେସ ସମ୍ପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ପରିଦର୍ଶନ କରିଥିଲେ।


ଗ୍ରାମବାସୀମାନଙ୍କ ସହ ଏ ବନ୍ୟା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ, ଏହାର କିପରି ସ୍ଥାୟୀ ସମାଧାନ ହୋଇପାରିବ, ସେ ସମ୍ପର୍କ ରେ କ୍ଷତିଗ୍ରସ୍ତ ପାଖ ମୌଜା ଓ ଗ୍ରାମ ବାସୀ ଙ୍କ ସହ ଆଲୋଚନା ର ଆବଶ୍ୟକତା ରହିଛି ବୋଲି ଗ୍ରାମବାସୀ ମତ ଦେଇଥିଲେ। ପ୍ରତ୍ୟେକ ବର୍ଷ ଏପରି ସମସ୍ୟା ର ସମ୍ମୁଖୀନ ତିଗିରିଆ ର ଏହି ପାଞ୍ଚ ପଞ୍ଚାୟତ। ଚାଷବାସ ଉଜୁଡ଼ି ଯାଉଛି। ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି କୁ ପଠାଇ ଅନୁଧ୍ୟାନ କରି କିପରି ହଜାର ହଜାର ଲୋକ ଏହି ଦୁର୍ଦ୍ଦିନ ରୁ ରକ୍ଷାପାଇ ପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ପୂର୍ବତନ ବିଧାୟକ ଶ୍ରୀ ରଥ ସରକାରଙ୍କୁ ନିବେଦନ କରିଛନ୍ତି

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories