#Breaking News

କେନ୍ଦ୍ରାପଡ଼ା ବନ୍ୟା କ୍ଷତିଗ୍ରସ୍ତ ବୁଲିଲେ ପୂର୍ବତନ ମନ୍ତ୍ରୀ

କେନ୍ଦ୍ରାପଡ଼ା ଜିଲ୍ଲା ର ମହାକାଳପଡ଼ା ଓ ପାଟକୁରା ନିର୍ବାଚନ ମଣ୍ଡଳୀ ର ବନ୍ୟା କ୍ଷତିଗ୍ରସ୍ଥ ଅଞ୍ଚଳରେ ଆଜି ବିଜେପି ରାଜ୍ୟ ପ୍ରତିନିଧି ଦଳ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ କଂ ନେତୃତ୍ଵରେ, ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ, ବିଜେପି ରାଜ୍ୟ ସଂପାଦକ ଶ୍ରୀ ଅଭିମନ୍ୟୁ ସୋଠି, ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ଯ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇ, ପରିଦର୍ଶନ କରିବା ସହିତ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଭେଟି ସମସ୍ୟା ବାବଦରେ ପଚାରି ବୁଝିଥିଲେ।ରାଜ୍ୟ ସରକାର ଲୋକମାନଙ୍କୁ ରନ୍ଧାଖାଦ୍ୟ ଅନ୍ୟାନ୍ୟ ଯୋଗାଇ ଦେଉଥିବାର ପ୍ରଚାର କରୁଥିବା ବେଳେ ପ୍ରକୃତରେ ବର୍ତ୍ତମାନ ଶୁଦ୍ଧା ଲୋକମାନଙ୍କ ପାଖରେ ପ୍ରଶାସନ ପହଞ୍ଚିନାହିଁ କି କୌଣସି ସହାୟତା ପ୍ରଦାନ କରାଯାଇନାହିଁ ବୋଲି ଲୋକ ମାନେ ବିଜେପି ପ୍ରତିନିଧି ଦଳ ପାଖରେ ଅଭିଯୋଗ କରିଥିଲେ। ଏହି ବନ୍ୟାଞ୍ଚଳ ପରିଦର୍ଶନ ରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଳା ସଭାପତି ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ଭୂବନାନନ୍ଦ ଜେନା, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ଦୁର୍ଯ୍ୟୋଧନ ସାହୁ, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ବିଷ୍ଣୁପଦ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ବିକ୍ରମ କେଶରୀ ରାଉତରାୟ ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ସାମିଲ ହୋଇଥିଲେ

Leave a comment

Your email address will not be published. Required fields are marked *