#Breaking News

ଗମନାଗମନ ସୁବିଧା ଯୋଗାଇବାରେ ଫୁଲବାଣୀ ପୂର୍ତ୍ତ ବିଭାଗ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା


ଫୁଲବାଣୀ (ସୁନୀଲ ପଟନାୟକ )
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳ କୁ ସ୍ଥାୟୀପ୍ରଶସ୍ତ ପିଚୁ ରାସ୍ତା ନିର୍ମାଣ କରି ଯୋଗାଯୋଗ କୁ ସୁଦୃଢ କରିବାରେ ପୂର୍ତ୍ତ ବିଭାଗ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି lପୂର୍ତ୍ତ ବିଭାଗ ପକ୍ଷରୁ ଫୁଲବାଣୀ ଡିଭିଜନ ଦ୍ୱାରା ଅନେକ ଅଂଚଳ କୁ ସ୍ଥାୟୀ, ମଜଭୁତ ପିଚୁ ରାସ୍ତା ନିର୍ମାଣ କରାଯିବl ସହ ଆବଶ୍ୟକତା କୁ ଉପଲବ୍ଧି କରି ତୁରନ୍ତ ମରାମତି ମଧ୍ୟ କରାଯାଉଛିl
ଫଳରେ ଲୋକେ ସୁ ବିଧା ଓ ଆରାମ ରେ ଯିବା ଆସିବା କରୁଥିବା ଦେଖlସଜାଉଛି l
ସହର ମଧ୍ୟରେ ମୁଖ୍ୟ ରାସ୍ତା ମରାମତି ଚାଲିଛି lସରକୁଲାର ରାସ୍ତା ର କିଛି ସ୍ଥାନରେ ପିଚୁ ଉଠିଯାଇଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଜାଣି ସମ୍ପୃକ୍ତ ସ୍ଥାନ ଗୁଡିକ ଅତିଶୀଘ୍ର ମରାମତି କରାଯିବl ପୂର୍ତବିଭାଗ ଦାୟିତ୍ୱରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରିୟ ବ୍ରତ ସାମନ୍ତରାୟ ଙ୍କ କାର୍ଯ୍ୟ ଦକ୍ଷତା, ବ୍ୟକ୍ତିଗତ ନିଷ୍ଠା ପର ଉଦ୍ୟମ, ବିଶେଷ ଜ୍ଞାନ କୌଶଳ, ସଚୋଟତା ଯୋଗୁଁ ସମ୍ଭବ ହୋଇପାରୁଥିବା କହିଛନ୍ତି l
ଇଂ. ସାମନ୍ତରାୟ ଦାଇତ୍ୱ ଗ୍ରହଣ କରିବାପରେ ବିଭାଗ ପକ୍ଷରୁ ଅନେକ ନୂତନ ରାସ୍ତା ନିର୍ମାଣ କରାଯିବା ସହ
ମରାମତି ହୋଇଥିବା ଯୋଗୁଁ ଗମନା ଗମନ ରେ ଯଥେଷ୍ଟ ଉନ୍ନତି ଘଟିଛି l
ସେହିପରି ଅନେକ ସ୍ଥାନରେ ପୋଲ ମାନ ନିର୍ମାଣ ହୋଇଛି l
କେବଳ ସେତିକି ନୁହେଁ ବହୁ ସରକାରୀ କ୍ୱାର୍ଟର, ସରକାରି କାର୍ଯ୍ୟାଳୟ, ସ୍ମାର୍ଟ ସ୍କୁଲ, ପ୍ରେସ କ୍ଲବ, ସମେତ ଉପଜିଲାପାଳ ଙ୍କ ଚାମ୍ବର ମଧ୍ୟ ବେଶ ଆକର୍ଷଣୀୟ କରାଯାଇଛି l
ଏ ସବୁ ସମ୍ଭବ ହୋଇଛି ଏସ ଇ. ଇଂ. ସାମନ୍ତରାୟ ଓ ଯନ୍ତ୍ରୀ ସ୍ୱାଇଁ ଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ ଓ ଆଗ୍ରହ ଯୋଗୁଁ ବୋଲି କୁହାଯାଉଛି l
ଆଗକୁ ଆହୁରି ଅନେକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଏସ ଇ ଇଂ. ପ୍ରିୟବ୍ରତ ସାମନ୍ତରାୟ କହିଛନ୍ତି l

Leave a comment

Your email address will not be published. Required fields are marked *