#Breaking News

ପ୍ରବଳ ବର୍ଷା.. ଦାରିଂବାଡ଼ି ଫିରିଙ୍ଗିଆ ଓ ରାଇକିଆ ଅଂଚଳ ଗମନାଗମନ ବିଛିନ୍ନ


ଲଗାଣ ବର୍ଷl ରେ କନ୍ଧମାଳ ଜିଲ୍ଲା ର ଦାରିଂବାଡ଼ି, ରାଇକିଆ ଓ ଫିରିଙ୍ଗିଆ ବ୍ଲକ ବିଶେଷ କ୍ଷତି ଗ୍ରସ୍ତ ହୋଇଛି l
ବିଭିନ ସ୍ଥାନ ରେ କଲଭର୍ଟ ଆଦି ସମ୍ପୂର୍ଣ ଧୋଇ ହୋଇଯିବାଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l
ଫିରିଙ୍ଗିଆ ବ୍ଲକ ପଵିଙ୍ଗିଆ ର ପଵିଙ୍ଗିଆ -ଲାମ ପଦର ରାସ୍ତାର ପାଜିମାହା କଲ ଭର୍ଟ ଧୋଇ ହୋଇଯିବା ଫଳରେ ତଵ ନି ପଦର, ଲାମ ପଦର, ପଥର ଖୋଲ ଗ୍ରାମ ବିଛିନ୍ନ ହୋଇ ପଡିଥିବା ବେଳେ ଦାରିଂବାଡ଼ି, ସୀମନବାଡୀ କଲ ଭର୍ଟ ଦବିଯାଇଛି l କେତକ ସ୍ଥାନରେ ମାଟି ଅତଡ଼ା ଖସି ଗମନାଗମନ ଠ ପ ହୋଇଯାଇଛି l ସେହିପରି ରାଇକିଆ -କରଡା ରାସ୍ତାରେ ମାଟି ଅତଡ଼ା ଖସିବା ଫଳରେ ରଣବା, ଇନ୍ଦ୍ରଗଡ, ଯୋଗାଯୋଗ ବିଛିନ୍ନ ହୋଇଯାଇଛି l
ସେହିପରି ଫୁଲବାଣୀ ସମେତ ଅନେକ ସ୍ଥାନ ରେ ଘର ଭାଙ୍ଗି ଯାଇଥିବା ଜଣା ପଡ଼ିଛି lଫୁଲବାଣୀ ସହର ନୂଆ ସାହି ରେ ଚାରିଟି ଘର କାଂଥ ଭୁସୁଳି ପଡିଥିବା ବେଳେ ଜିଲାର ଅନେକ ସ୍ଥାନରେ ବହୁ ଘର ଭାଙ୍ଗି ଥିବା ଜଣାପଡିଛି l
ପ୍ରଶାସନ ସତର୍କ ନଜର ରଖିଥିବା କହିଛି l
ବର୍ଷା କମିଲେ ରାସ୍ତା ମରାମତି କରାଯାଇ ଗମନାଗମନ ର ସୁବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ l

Leave a comment

Your email address will not be published. Required fields are marked *