ଲଗାଣ ବର୍ଷାରେ ବୁଡ଼ିଲା ବାଲିଗୁଡ଼ା ସହର:୫୯ ନଂ.ଜାତୀୟ ରାଜପଥରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ

Udaya_Labanya | August 20, 2022 | 11 views |0 | Breaking News


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):ଲଘୁଚାପ ଜନିତ ଲଗାଣ ବର୍ଷାରେ ଗାଁ ଠୁ ସହର ସବୁଠି ସଙ୍ଗୀନ୍ ପରିସ୍ଥିତି। ଲୋକେ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ବିଭିନ୍ନ ସ୍ଥାନରେ ପୋଲ ଧୋଇ ହୋଇଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ଜଳ ପଶିବା ସହ ଅନେକଙ୍କ ଘର ଭାଙ୍ଗିଯାଇଥିବା ସୂଚନା ମିଳୁଛି। ଏପଟେ ଲଗାଣ ବର୍ଷାରେ ବାଲିଗୁଡ଼ା ସହରର ବସଷ୍ଟାଣ୍ଡ ନିକଟସ୍ଥ ଆଦର୍ଶ ପୁଷ୍କରିଣୀରେ ଜଳସ୍ତର ବୃଦ୍ଧି ପାଇବା ସହ ସହର ମଧ୍ୟ ଦେଇ ଯାଇଥିବା ୫୯ ନଂ. ଜାତୀୟ ରାଜପଥରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଛି । ସହରର ବିଭିନ୍ନ ଓ୍ବାର୍ଡରେ ବର୍ଷାଜଳ ଲୋକଙ୍କ ଘରେ ପଶିବା ସହ କିଛି ଲୋକଙ୍କ ଘର ଭାଙ୍ଗିଯାଇଥିବା ସୂଚନା ମିଳୁଛି । ମହାସିଙ୍ଗି ଗ୍ରାମ ପଞ୍ଚାୟତର ବିଭିନ୍ନ ଓ୍ବାର୍ଡରେ ଲୋକଙ୍କ ଘରେ ବର୍ଷା ଜଳ ପଶିବାସହ ଅନେକ କ୍ଷତି ହୋଇଥିବା ବେଳେ ମୁଖ୍ୟ ରାସ୍ତା ତଥା ଗାଁ ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ । ଏଥିସହିତ ଅନେକ ଲୋକଙ୍କ ଦୋକାନ ଭିତରେ ବର୍ଷା ଜଳ ପଶିବାସହ ଅନେକ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories