#Breaking News

ଲଗାଣ ବର୍ଷା ରେ କ୍ଷତି ଗ୍ରସ୍ତ ପରିବାର ଙ୍କୁ ଭେଟିଲେ ପୋୖରାଧ୍ୟକ୍ଷା


ଫୁଲବାଣୀ (ସୁନୀଲ ପଟନାୟକ )
ଗତ ଦୁଇଦିନ ଧରି ପୁଣି ଲଗାଣ ବର୍ଷା ହେବା ଫଳରେ ଫୁଲବାଣୀ ସହର ବେହାଲ ହୋଇପଡିଛି lପିଲା ସାଲକୀ ନଦୀରେ ପ୍ରବଳ ବନ୍ୟା ଜଳ ଆସିବା ଫଳରେ ଡ୍ୟାମ ଉପରେ ଗତକାଲିଠୁ ୩ ଫୁଟ ଉଚରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ
୨ ନମ୍ବର ୱାର୍ଡ ବିଛିନ୍ନ ହୋଇଯାଇଛି ସେହିପରି ୮ ନମ୍ବର ୱାର୍ଡ ଅନ୍ତର୍ଗତ ନୁଆସାହି ଅଂଚଳରେ ୫ଟି ପାଖାପାଖି ଘର ର କାନ୍ଥ ଭୁସୁଳି ପଡିଥିଲା l ଡ୍ରେନ ସମସ୍ୟା ଯୋଗୁଁ କିଛି ଲୋକଙ୍କ ଘରେ ପାଣି ପଶିଯାଇଥିଲା ଫଳରେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ ଲୋକେ l
ଖବର ପାଇ ଫୁଲବାଣୀ ମୁନିସିପାଲିଟି ର ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, ଓ ପୌର କର୍ମଚାରୀ ପ୍ରମୁଖ ପହଂଚି କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ l ସେମାନଙ୍କୁ ପୌର ପରିଷଦ ପକ୍ଷରୁ ଅନ୍ୟତ୍ର ସ୍ଥାନାନ୍ତର କରି ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା l
ସେହିପରି ଡ୍ରେନ ସମସ୍ୟା ଥିବା ଅଂଚଳରେ ଡ୍ରେନ ମରାମତି କରାଯାଇ ଜଳ ନିଷ୍କାସନ ବ୍ୟବସ୍ଥା କରିବାଲାଗି ପ୍ରତିଶ୍ରୁତି ଦେଇଥିଲେ ପୋୖରାଧ୍ୟକ୍ଷା ସ୍ମିତା lସହରବାସୀ ଯେପରି ସୁଖ ସୁବିଧାରେ ରହିବେ ସେଥି ପ୍ରତି ସେ ସର୍ବଦା ଧ୍ୟାନ ଦେଉଥିବା କହିଥିଲେ l
ପୋୖରାଧ୍ୟାକ୍ଷା ଶ୍ରୀମତୀ ମହାନ୍ତି ଙ୍କୁ ପାଖରେ ପାଇ ଦୁଃଖ ଜଣାଇଥିବାରୁ ସେମାନଙ୍କ ଦୁଃଖ ଦୂର ହେବ ବୋଲି କହିଛନ୍ତି ଲୋକେ l
ସେହିପରି ୮ ନମ୍ବର ବିଜେଡି କାଉନ୍ସିଲର ତଥା ଯୁବନେତା ରାଜେନ୍ଦ୍ର ପାଢ଼ୀ ମଧ୍ୟ ଖବର ପାଇ କ୍ଷତି ଗ୍ରସ୍ତ ପରିବାରଙ୍କ ନିକଟରେ ପହଂଚି ଗୁହାରି ଶୁଣିବାସହ ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *