#Breaking News

ସାଲକୀ ନଦୀରେ ପ୍ରବଳ ବନ୍ୟା ବିସିପଡା ଗ୍ରାମରେ ବନ୍ୟା, ଘର ଭାଙ୍ଗିଲା


ଫୁଲବାଣୀ (ସୁନୀଲ ପଟନାୟକ )
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏବେ ଗାଁ ଠୁ ସହର ସବୁଠି ବନ୍ୟାପାଣି ଲହଡି ମାରୁଛି lଜିଲ୍ଲାରେ
ଥିବା ବିଭିନ୍ନ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି l
କେତକ ଗ୍ରାମ ରେ ପାଣି ପଶିଯିବା ଫଳରେ ଲୋକେ ବହୁ ଅସୁବିଧା ର ସମୁଖୀନ ହେଇଛନ୍ତି l
ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼l ଗ୍ରାମର ହାଟପଦା ସାହି ମୁଖ୍ୟ ରାସ୍ତାରେ ଦୁଇ ରୁ ତିନି ଫୁଟ ଉ ଚରେ ବର୍ଷା ପାଣି ଚାଲିବା ଫଳରେ କେତକ ଘରେ ମଧ୍ୟ ପାଣି ପଶିଛି l ଲଗାଣ ବର୍ଷା ଯୋଗୁଁ କେତେଜଣଙ୍କ ଘର କାନ୍ଥ ମଧ୍ୟ ଭୁସୁଳି ଯାଇଛି l ଲୋକେ ରାତି ତମାମ ନ ଶୋଇ ହଇରାଣ ହେଉଛନ୍ତି lଘରୁ ପାଣି କାଢି ବାରେ ବ୍ୟସ୍ତ l ଏପଟେ ପାଣି ଘରେ ପଶିଯିବା ସହ ବିଷାକ୍ତ ସାପ ଭୟ ମଧ୍ୟ ରହିଛି lପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l

Leave a comment

Your email address will not be published. Required fields are marked *