ବନ୍ୟାପ୍ରଭାବିତ ଅଂଚଳ ବୁଲିଦେଖିଲେ ବାଲିଗୁଡା ବିଧାୟକ ଚକ୍ରମଣି କଂହର

Udaya_Labanya | August 21, 2022 | 20 views |0 | Breaking News


ଫୁଲବାଣ (ସୁନୀଲ ପଟନାୟକ )
ବନ୍ୟା ଞ୍ଚଳ ଗସ୍ତରେ ବାଲିଗୁଡା ବିଧାୟକ ଚକ୍ରମଣି କଂହର । ଦୁର୍ଦ୍ଧିନ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ଚେଷ୍ଟାଜାରି ରଖିଛନ୍ତିବିଧାୟକ କହଁର l
ଚାରି ଦିନ ଧରି ଅହରହ ବର୍ଷାରେ ଜିଲାର ପ୍ରାୟ ୩ ଶହ ରୁ ଉର୍ଦ୍ଧ ଗ୍ରାମ କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ତୂମୁଡିବନ୍ଧ ବ୍ଲକ ର ପ୍ରାୟ ୭ ଟି ପଞ୍ଚାୟତ ରେ ରାସ୍ତା କଟିଯିବାରୁ ଯୋଗଯୋଗ ବିଛିନ୍ନ ହୋଇଛି । କୁର୍ତ୍ତମଗଡ ଠାରୁ ସିର୍ଲା ରୋଡ , ସରଧାପୁର ବ୍ରିଜ , ପାଡାମାହା ରାସ୍ତା, ଲଦରଗାଁ ଠାରୁ ଲଂକାଗଡ଼ ରାସ୍ତା, ବେଲଘର ଠାରୁ ଗୁର୍ଲିମାସ୍କା ରାସ୍ତା ସମ୍ପୂର୍ଣ୍ଣ ରୂପେ ବର୍ଷା ଜଳରେ ଧୋଇ ହୋଇଯାଇଛି । ଯାହା ଫଳରେ ଅନେକ ଗ୍ରାମ କୁ ଏବେ ମଧ୍ୟ ଯୋଗାଯୋଗ ବିଛିନ ହୋଇଛି । ଏଭଳି ସମୟରେ ବାଲିଗୁଡା ବିଧାୟକ ଚକ୍ରମଣି କଂହର , ତୂମୁଡିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ କୁମାରସାହୁବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପହଁଚିଛନ୍ତି । ଘାଟି ପାହାଡ ରାସ୍ତାରେ ଅସୁବିଧାରେ ଥିବା ଗୋଟିଏ ଗୋଟିଏ ପରିବାର କୁ ଯାଇସେମାନଙ୍କ ସମସ୍ୟା ବୁଝୁଛନ୍ତି । ଯେଉଁ ସବୁ ଗ୍ରାମକୁ ଯୋଗା ଯୋଗ ବିଛିନ ହୋଇଛି ସେଠାରେ ନିଜେ ଉପସ୍ଥିତ ରହି ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି । ଆଜିର ଏହି ମାରାଥନ ଗସ୍ତରେ ବାଲିଗୁଡା ବିଧାୟକ ଚକ୍ରମଣି କଂହର , ତୂମୁଡିବନ୍ଧ ବିଜୁ ଜନତାଦଳ ସଭାପତି ପ୍ରମୋଦ କୁମାର ସାହୁ, ପଞ୍ଚାୟତ ସମିତି ଅଧକ୍ଷ ବାସନ୍ତି ମାଝୀ, ଜିଲ୍ଲାପରିଷଦ ସଭ୍ୟ ନବୀନ ପାତ୍ର , ସମିତି ସଭ୍ୟା ସୁଭଦ୍ରା ବେହେରଦଳାଇ, ପଂଚାୟତ ସଭାପତି ଜିସାୟ ମଣ୍ଡଳ , ମୟନ୍ତି ପାଟମାଝୀ, ଅମୀୟ ପରାସେଠ, ବଙ୍ଗାଳି ବଡ଼ସେଠ , ଗଙ୍ଗା ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ ।

Share this

Related Posts

ନୂଆପାଟଣା ବୌଦ୍ଧ ସଂଘ ଦ୍ୱାରା ଶାନ୍ତିପୂର୍ଣ କ୍ୟାଣ୍ଡେଲ…

Udaya_Labanya | June 10, 2023 | 20 views |0

l ନୂଆପାଟଣା ( ଉଲ୍ଲାପ୍ର )ଶୁକ୍ରବାର ସନ୍ଧ୍ୟା ୭ ଘଟିକା ୩୦ ମିନିଟ ସମୟରେ ଐତିହାସିକ ବୋଧିବୃକ୍ଷ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ନୂଆପାଟଣା ବୋୖଦ୍ଧ ସଂଘ ତରଫରୁ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସ୍ମୃତିଚାରଣ ଓ…

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views | 0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

Leave a Reply

Your email address will not be published. Required fields are marked *

Archives

Categories