ରାଇକିଆ ଆଦର୍ଶ ବିଦ୍ଯାଳୟରେ ଯୁକ୍ତ ୨ ବିଜ୍ଞାନ ଖୋଲିଲା, ଛାତ୍ର ଛାତ୍ରୀ ଅଭିଭାବକ ଖୁସି

Udaya_Labanya | August 21, 2022 | 19 views |1 | Breaking News

ଫୁଲବାଣୀ(ସୁନୀଲ ପଟନାୟକ )
ରାଇକିଆ ଆଦର୍ଶ ବିଦ୍ଯାଳୟରେ ଚଳିତ ଶିକ୍ଷା ବର୍ଷ ଠାରୁ ଆରମ୍ଭ ହୋଇଛି ଏକାଦଶ ବିଜ୍ଞାନ ବିଭାଗ। ଏଥି ପାଇଁ ବିଧିବଦ୍ଧ ଭାବେ ଶିକ୍ଷାନୁଷ୍ଠାନ ପକ୍ଷରୁ ନାମ ଲେଖାଯିବା ପାଇଁ ଘୋଷଣା କରାଯାଇଛି। ଚଳିତ ମାସ ୧୭ ତାରିଖ ରୁ ୨୫ ମଧ୍ଯ ରେ ପଞିକରଣ କରିବାକୁ ଅନୁରୋଧ କରାଯାଇଛି। ଚଳିତ ଶିକ୍ଷା ବର୍ଷ ରେ ଯୁକ୍ତ ୨ ବିଜ୍ଞାନ ପାଇଁ ୮୦ ସିଟ ବ୍ଯବସ୍ଥା କରାଯାଇଥିବା ବେଳେ ନିୟମିତ ଅଭିଜ୍ଞ ଷ୍ଟାଫ, ଇ ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ, ଫିଜିକ୍ସ, କେମିଷ୍ଟ୍ରି ବାୟୋଲୋଜି,ଆଇସିଟି ଲାବ୍ ସୁବିଧା ରହିଛି। ସାଧାରଣ ରେ ଜଣେ ଗରୀବ, ଆଦିବାସୀ ଛାତ୍ର ଛାତ୍ରୀ ମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରୋଇ ଶିକ୍ଷାନୁଷ୍ଠାନ ରେ ପଢିବାକୁ ଅସମର୍ଥ ହେଉଥିବା ବେଳେ ଉଚ୍ଚ ଶିକ୍ଷା କେବଳ ସ୍ୱପ୍ନ ହୋଇ ରହି ଯାଉଥିଲା। ଏଣିକି ଅଂଚଳ ବାସୀଂକ ଏହି ଆଶା ପୂରଣ ହୋଇଛି। ଏକ ସୁସ୍ଥ ଓ ସୁନ୍ଦର ପରିବେଶ ମଧ୍ୟରେ ଉନ୍ନତମାନର ଶିକ୍ଷା ବ୍ଯବସ୍ଥା ଥିବା ଶିକ୍ଷାନୁଷ୍ଠାନ ରେ ନିଜ ପିଲାମାନେ ପଢିବେ ଏଥିରେ ଅଭିଭାବକ ମାନେ ଖୁସି ବ୍ଯକ୍ତ କରିବା ସହିତ ସ୍ୱାଗତ କରିଛନ୍ତି। ଅନ୍ଯପଟେ ନିଜ ଗାଁରେରହି କମ ଖର୍ଚରେ ଏହିଭଳି ଶିକ୍ଷାନୁଷ୍ଠାନ ରେ ପଢିବେ ତାକୁ ନେଇ ବେଶ ଉତ୍ସାହିତ ରହିଛନ୍ତି ଛାତ୍ର ଛାତ୍ରୀ।

Share this
  •  
  •  
  •  
  •  
  •  
  •  
  •  

Related Posts

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଯୁବକ…

Udaya_Labanya | December 5, 2022 | 2 views |0

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି। ଜଣେ ୧୭ ବର୍ଷର ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୨୧ ବର୍ଷର…

ଆଇନ ସେବା ପ୍ରାଧିକରଣ ସଚିବ ଲୋକଙ୍କ ସୁବିଧା…

Udaya_Labanya | December 5, 2022 | 2 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ‌ଚକାପାଦ‌ ବ୍ଳକ ଅନ୍ତର୍ଗତ ବେହେରା ଗାଁ ପଞ୍ଚାୟତ ର ‌ଲଣ୍ଡାପାଜୁ‌ ଗାଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ‌ ଶ୍ରୀମତୀ ‌ଅନୁଶିଳା ରୟଶନିବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ…

Leave a Reply

Your email address will not be published. Required fields are marked *

Archives

Categories