
କଂଗ୍ରେସ ଦଳ ପକ୍ଷରୁ ହାଟ ମାଳ ଓ ଗଦାଧରପୁର ପଞ୍ଚାୟତ ରେ ଶୁଖିଲା ଖାଦ୍ୟ ବଣ୍ଟନ
Udaya_Labanya | August 22, 2022 | 210 views |1 | Breaking News
ତିଗିରିଆ (ଉଲାପ୍ର)କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଉମାବଲ୍ଲଭ ରଥ ଙ୍କ ନେତୃତ୍ୱରେ ତିଗିରିଆ ବ୍ଲକ ରେ ହୋଇଥିବା ବନ୍ୟା ଓ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ଚୁଡ଼ା, ଚିନି ଓ ବିସ୍କୁଟ ବଣ୍ଟନ କରିଥିଲେ।
ଗଦାଧରପୁର ଓ ହାଟମାଳ ପଂଚାୟତ ର କଣ୍ଠିପୁର, ହରିଶରଣ ପୁର, ବିଷ୍ଣୁପୁର ଗ୍ରାମକୁ ପୂର୍ବତନ ବିଧାୟକ ରଥଙ୍କ ସହ କଂଗ୍ରେସ ନେତା ମେହେବୁବ୍ ଅହମଦ ଖାଁ,ନୂଆପାଟଣା ସରପଞ୍ଚ ସୋମନାଥ ଦାସ, ବିନ୍ଧାଣିମା ସରପଞ୍ଚ ମାନସ ଜେନା,ନିରଞ୍ଜନ ସାମଲ, ବଗଲା ସାମଲ, ଦିଲ୍ଲୀପ ପ୍ରଧାନ, ବିଜୟ ରାଉତ, ସୁଶାନ୍ତ ସ୍ୱାଇଁ,ଓ ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କ ଆଲୋଚନା କରିଥିଲେ।