ପୋୖରାଧ୍ୟକ୍ଷା ଙ୍କ ଉଦ୍ୟମ ରେ ପୋଖରୀ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

Udaya_Labanya | August 22, 2022 | 22 views |1 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତି ଙ୍କ ନିର୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଫୁଲବାଣୀ ସହର ର ବଜାର ର ନିକଟ ରେ ଥିବା ପୋଖରୀ ଗୁଡିକ ର ଅଳିଆ ଆବର୍ଜନା ଓ ଦଳ ଆଦି ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି l
ପୋୖରାଧ୍ୟକ୍ଷା ନିଜେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁ ଥିବା ଦେଖିବାକୁ ମିଳିଛି l
ଦୀର୍ଘ ବର୍ଷ ହେଲା ପୋଖରୀ ଗୁଡିକ ସଫେଇ ନ ହୋଇ ଅଳିଆ ଆବର୍ଜନା ସାଙ୍ଗକୁ ଦଳ ଭର୍ତ୍ତି ହୋଇ ଅପରିଷ୍କାର ହୋଇ ପଡିଥିଲା l
ଲୋକେ ପ୍ରାୟତଃ ବ୍ୟବହାର କରୁନଥିଲେ l ବର୍ତମାନ ପୋୖରାଧ୍ୟକ୍ଷା ସ୍ମିତା ଙ୍କ ନିଷ୍ଠାପର ଉଦ୍ୟମ,ଆଗ୍ରହ ଆନ୍ତରିକତା, ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଏହି ସବୁ ପୋଖରୀ ଗୁଡିକ ର ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି l ଏହା ଯେପରି ଆଗ ଭଳି ବ୍ୟବହାର ଯୋଗ୍ୟ ହୋଇପାରିବ ଓ ଖରା ଦିନେ ଜଳକଷ୍ଟ ଦୂର ହୋଇପାରିବ ସେଥିପ୍ରତି ପୌରପରିଷଦ ବିଶେଷ ଦ୍ରୁଷ୍ଟି ଦେଉଥିବା ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି କହିଛନ୍ତି l
ଏଥିରେ ସହରବାସି ଙ୍କ ସହୋଯୋଗ କାମନା କରିଛନ୍ତି ସ୍ମିତା l
ସହରବାସୀଙ୍କ ସହଯୋଗ ରହିଲେ ଫୁଲବାଣୀ ସହର କୁ ସରସ ସୁନ୍ଦର ଓ ଆକର୍ଷଣୀୟ ସହରଭାବେ ପରିଗଣିତ ହୋଇପାରିବ ବୋଲି ସ୍ମିତା ଆହୁରି କହିଛନ୍ତି l
ନଗର ବିଜେପି ସଭାପତି ସୁଶାନ୍ତ ମହାନ୍ତି ମଧ୍ୟ ସହର କୁ କ୍ଲିନ ଓ ଗ୍ରୀନ ସିଟିରେ ପରିଣତ କରିବାଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି l
ଦାଇତ୍ୱ ଗ୍ରହଣ କରିବାର କମ ଦିନ ମଧ୍ୟରେ ସହର ର ରାସ୍ତା, ଡ୍ରେନ, ଆଲୋକ ବ୍ୟବସ୍ଥା, ସଫେଇ ରେ ବ୍ୟାପକ ସୁଧାର ଆସିଥିବା ବିଜେପି ନଗର ସଭାପତି ସୁଶାନ୍ତ କହିଛନ୍ତି l
୧ ନମ୍ବର କାଉନ୍ସିଲର ମୃତ୍ୟୁଞ୍ଜୟ ପେରା, ବିକ୍ରମ ବେହେରା ମଧ୍ୟ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବା ଦେଖାଯାଇଥିଲା l

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories