
ସୁନାବେଡ଼ା ପ୍ରେସ କ୍ଲବର ପ୍ରଥମ ଜନ୍ମ ବାର୍ଷିକ ଉତ୍ସବ ପାଳିତ
Udaya_Labanya | August 22, 2022 | 109 views |1 | Breaking News
କୋରାପୁଟ/ସୁନାବେଡ଼ା(ବସନ୍ତ କୁମାର ସ୍ୱାଇଁ )ପ୍ରେସ କ୍ଲବର ପ୍ରଥମ ଜନ୍ମ ବାର୍ଷିକ ଉତ୍ସଵ ସୁନାବେଡ଼ା-୧ ସ୍ଥିତ ପ୍ରେସ କ୍ଳବ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ମଞ୍ଚାସିନ ଅତିଥି ଦ୍ଵାର ପ୍ରଦୀପ ପ୍ରଜଳନ କରିବା ସହ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସଭାପତି ଶ୍ରୀ ଦିଲୀପ ମହାନ୍ତି ଅଧକ୍ଷତା କରିବା ସହ ସାମ୍ବାଦିକ ସଂଘ ଗଠନର ଉଦ୍ଦେଶ୍ୟ ଓ ଜନହିତକର କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଭଗବାନ ଖେମୁଣ୍ଡୁଙ୍କ ସୁପୁତ୍ର ଶ୍ରୀ ସୋମନାଥ ଖେମୁଣ୍ଡୁ ଯୋଗଦେଇ ଅଭିଭକ୍ତ କୋରାପୁଟ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଭୂମି । ଏହି ସଂଗ୍ରାମୀଙ୍କ ସ୍ୱାଧୀନତା ପାଇଁ ବଳିଦାନକୁ କେହି ଭୁଲି ପାରିବେ ନାହିଁ । ସେ କହିଥିଲେ ମୁଁ
ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପୁତ୍ର ଭାବେ ନିଜକୁ ଗୌରବାନିତ ମନେ କରୁଛି । ତାହା ସହିତ ସେ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ଏହା ପରେ ସମ୍ମାନୀୟ ଅତିଥି ଶ୍ରୀ ଜୟସେନ ଖିଲ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ପିତାମ୍ବର ଖିଲଙ୍କ ପୁତ୍ର ଯୋଗଦେଇ କହିଥିଲେ ସାମ୍ବାଦିକ ସଂଘ ଦ୍ୱାରା ସ୍ୱାଧୀନତା ସଂଗ୍ରାମୀ ଓ ତାଙ୍କ ଦୟାଦ ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଯେଉଁ ପ୍ରଚେଷ୍ଟା କରିଛନ୍ତି ଆଜିର ଏହି ଉତ୍ସବରେ ଏହା ପ୍ରତୀୟ ମାନ ମନେ ହେଉଛି ।ଅନ୍ୟତମ ବିଶିଷ୍ଟ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ କାର୍ତ୍ତିକ ବଡ଼ନାୟକଙ୍କ ନାତି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ବଡନାୟକ ତାଙ୍କ ବ୍ୟକ୍ତବରେ ଦେଶ ସ୍ୱାଧୀନତା ଓଡ଼ିଶାର ଅବଦାନ ଓ ପ୍ରଥମ ସ୍ବାଧୀନତା ସଂଗ୍ରାମ ଓଡ଼ିଶା ଭୂମିରୁ ଆରମ୍ଭ ହୋଇଥିଲା ବୋଲି ତଥ୍ୟ ଦେବା ସହ କୋରାପୁଟ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ଉପରେ ଆଲୋକ ପାତ କରିଥିଲେ । ଉତ୍ସବରେ ଅନ୍ୟତମ ସମ୍ମାନିୟ ଅତିଥି ଭାବେ ସୁନାବେଡା ପୋୖର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଗୋବିନ୍ଦ ଦନସେନା ତାଙ୍କ ବକ୍ତବ୍ୟରେ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ଓ ସମାଜ ସେବାର ଯେଉଁ ମଶାଲ ଜାଳି ଦେଇଥିଲେ ସମାଜରେ ଆଜି ମଧ୍ୟ ସ୍ମରଣୀୟ ହୋଇ ରହିଛି ଏବଂ ଏହାକୁ ଲୋକ ଲୋଚନକୁ ଆଣି ଦେଶପ୍ରେମର ଭାବନା ସୃଷ୍ଟି କରିବାରେ ଆବଶ୍ୟକତା ଅଛି ବୋଲି ବ୍ୟକ୍ତବ୍ୟ ଦେଇଥିଲେ । ଏହାପରେ ସ୍ୱତନ୍ତ୍ର ଅତିଥି ଭାବେ ଆଇ.ଆର.ବି.ଏନ କାମଣ୍ଡେଣ୍ଟ ଶ୍ରୀ ପ୍ରଭାତ କିଶୋର ଦାସ ଯୋଗ ଦେଇ ସାମ୍ବାଦିକ ମାନେ ଦୁର୍ନୀତି ମୁକ୍ତ ସମାଜ ଗଠନର ପ୍ରହରୀ ଭାବେ ଦୁର୍ନୀତିମୁକ୍ତ ସମାଜ ଓ ଜନ ଜାଗରଣ ପାଇଁ ଯେଉଁ କାର୍ଯ୍ୟ କରି ଆସୁଛନ୍ତି ସେଥିପାଇଁ ସାମ୍ବାଦିକମାନଙ୍କୁ ଧନ୍ୟବାଦ ସହ ପ୍ରଂଶସା କରିଥିଲେ । ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ବରିଷ୍ଠ ପ୍ରଫେସର ଶ୍ରୀ ସୁନୀଲ କାନ୍ତ ବେହେରା ସମାଜରେ ଗଣ ମାଧ୍ୟମର ଭୂମିକା ଓ ସମାଜ ପ୍ରତି ଦାୟିତ୍ୱ ବୋଧତା ଉପରେ ବିସ୍ତୃତ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ। ତାଙ୍କ ବ୍ୟକ୍ତବରେ ଆଜିର ସମୟରେ ବିଭିନ୍ନ ସମସ୍ୟା ଲୋକଲୋଚନକୁ ଆଣିବାରେ ସାମ୍ବାଦିକଙ୍କ ଭୂମିକା ଓ ସାହାସକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସମ୍ପାଦକ ଶ୍ରୀ ସନ୍ତୋଷ ପୋଲାଇ ବାର୍ଷିକ ବିବରଣୀ ପାଠ କରିଥିଲେ । ଏଥିରେ ଯୋଗଦାନ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ
ଦାୟଦମାନଙ୍କୁ ଉପଢ଼ୋକନ ସହ ମାନପତ୍ର ଦେଇ ସଂମାନିତ କରାଯାଇଥିଲା । ଏହା ପରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ କାର୍ଯ୍ୟରତ ନିଷ୍ଠାବାନ ନିର୍ଭୀକ ସାମ୍ବାଦିକ ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଅତିଥିମାନଙ୍କ ଦ୍ଵାରା ସଂମ୍ମାନୀତ କରା ଯାଇଥିଲା । ସେମିଳିଗୁଡା ଅଞ୍ଚଳର କୋଟିଆ ରତ୍ନ କବି ଶ୍ରୀ ବଂଶୀଧର ମହାରଣାଙ୍କୁ ଉପ ଢ଼ୋକନ ଓ ମାନପତ୍ର ଦେଇ ସନମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶ୍ରୀମତୀ ବନିତା ମଲ୍ଲିକ ସଂଚାଳନ କରିଥିଲେ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ କୃତିବାସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଗ୍ଲେମର ଡ୍ୟାନ୍ସ ଗ୍ରୁପ ମୁଖ୍ୟ ପରିଚାକିକା ଶ୍ରୀମତୀ ପ୍ରତିଭା ଦାସଙ୍କ ଦ୍ୱାରା ଶିଶୁ କଳାକାରମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ବସନ୍ତ କୁମାର ସ୍ବାଇଁ, କୃତିବାସ ପ୍ରଧାନ, ଦିଲ୍ଲୀପ ମହାନ୍ତି, ସନ୍ତୋଷ ପଲେଇ, ଗୁରୁପ୍ରସାଦ ସାମଲ, ଏସ ସିତମ୍ କୁମାର, ନିଶାପତି ନାୟକ ସମେତ ସହଯୋଗୀ ସଦସ୍ୟ ମନୋଜ କୁମାର ପଟ୍ଟନାୟକ(ବାବୁ), ଜୟସେନ୍ ପୋଡ଼ାସେଠୀ, ରୂପ ଖୋର ଓ କୃଷ୍ନଚନ୍ଦ୍ର ଗୋଲୋରି ସାହାର୍ଯ୍ୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।