ଚୋରୀ ଅଟୋ ଉଦ୍ଧାର, ଚାରି ନାବାଳକକୁ ପୁଲିସ ଜିମାରେ ଛଡିଲା

Udaya_Labanya | August 24, 2022 | 11 views |0 | Breaking News


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତଜି. ଉଦୟଗିରି ବଡସାହିରୁ ଦୁଇଦିନ ତଳେ ଚୋରୀ ହୋଇଥିବା ଅଟୋକୁ ଜି.ଉଦୟଗିରି ପୁଲିସ ଆଡାସିକୁମ୍ପା ନିକଟସ୍ଥ ବେଲକଟିରୁ ଉଦ୍ଧାର କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଗତ ୨୧ ତାରିଖରେ ଫୁଲବାଣୀର ସାମନ୍ତ କୁମାର ବେହେରା ନିଜ ଅଟୋ ଧରି ଜି.ଉଦୟଗିରି ବଡସାହି ସ୍ଥିତ ଭିଣୋଇ ଜିତେନ୍ଦ୍ର ବେହେରାଙ୍କ ଘରକୁ କୌଣସି କାମରେ ଆସି ଜିତେନ୍ଦ୍ରଙ୍କ ଘର ଆଗରେ ଅଟୋ ରଖି ରାତ୍ରୀ ରହଣି କରିଥିଲେ। ହେଲେ ରାତ୍ରୀ ପ୍ରାୟ ୧୨.୪୫ ସମୟରେ ସାମନ୍ତଙ୍କ ଗାଡି ସେଠୁ ଚୋରି ହୋଇଯାଇଥିବା ଜାଣିପାରିଥିଲେ। ଏହାପରେ ସ୍ଥାନୀୟ ଥାନାରେ ଚୋରୀ ହୋଇଯାଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ସାମନ୍ତଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ୧୨୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଆଜି ଆଡାସିକୁମ୍ପା ସ୍ଥିତ ବେଲକଟିରୁ ଅଟୋକୁ ଉଦ୍ଧାର କରିଥିଲେ। ଉକ୍ତ ଚୋରୀରେ ସମ୍ପୃକ୍ତ ଥିବା ନେଇ ୪ ଜଣ ନାବାଳକକୁ ଗିରଫ କରାଯାଇଥିଲା। ପୁଲିସ ନିଜ ହେପାଜତରେ ସେହି ଚାରି ଜଣ ନାବାଳକକୁ ପରିବାରଙ୍କୁ ଜିମା ଦେଇଥିବା ଓ ତଦନ୍ତ ଦାୟିତ୍ୱ ଏଏସଆଇ ବୁଲୁ ବେହେରାଙ୍କୁ ଦେଇଥିବା ନେଇ ଥାନା ଅଧିକାରିଣୀ ରେବତି ଶବର ସୂଚନା ଦେଇଛନ୍ତି।

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 27 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories