ବାଲିଗୁଡ଼ା ବିଧାନସଭା ମଣ୍ଡଳୀରେ ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟ ନେଇ ଜିଲ୍ଲାପାଳଙ୍କ ସହ ବିଧାୟକଙ୍କ ଆଲୋଚନା

Udaya_Labanya | August 24, 2022 | 42 views |0 | Breaking News


ଫୁଲବାଣୀ(.ସୁନୀଲ ପଟନାୟକ)
ବାଲିଗୁଡ଼ା ନିର୍ବାଚନମଣ୍ଡଳୀର ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟ ତ୍ବରାନ୍ବୀତ ନେଇ ବାଲିଗୁଡ଼ା ବିଧାୟକଚକ୍ରମଣୀ କହଁର କନ୍ଧମାଳ ଜିଲ୍ଲାପାଳ ଆଶିଷ କୁମାର ପାଟିଲ ଙ୍କୁ ଭେଟି ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଥିଲେ ।
ସେଥି ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା, ନୂଆ ବସଷ୍ଟାଣ୍ଡ ନିର୍ମାଣ, ସହରରେ ୩୬୦ ଡିଗ୍ରୀ ସିସିଟିଭି କଭରେଜ ଯେପରି ହୋଇପାରିବ ସେ ନେଇ ଆଲୋଚନା କରିଥିଲେ ।
ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଗୁଡ଼ା, କ ନୂଆ ଗାଁ ,କୋଟଗଡ଼, ଓତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଥିବା ଗ୍ରାମଗୁଡିକରେ ଥିବା ଗରୀବ ଆଦିବାସୀ ଲୋକେ ଯେପରି ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସୁବିଧାରେ ପାଇ ପାରିବେ ସେଥିପ୍ରତି ଆଗ୍ରାଧିକାର ଦେବା ଲାଗି ମଧ୍ୟ ବିଧାୟକ କହଁର କହିଥିଲେ । ବିଧାୟକଚକ୍ରମଣୀ କହଁରଙ୍କ ସମେତ ଜିଲାପରିଷଦ ଅଧକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, ବରୀଷ୍ଠ ବିଜେଡି ନେତା ତଥା ବ୍ଲକ ବିଜେଡିସଭାପତି ଟୁନା ଦାସ ମଧ୍ୟ ଉପସ୍ଥିତ ରହି ଅଞ୍ଚଳର ଉନ୍ନତି କିଭଳି ହେବ ସେ ନେଇ
ସୁଚିନ୍ତିତ ମତ ଦେଇଥିଲେ ।
ଜିଲାପାଳ ପାଟିଲ ମଧ୍ୟ ପର୍ଯ୍ୟାୟକ୍ରମେ ଅର୍ଥ ଅନୁଦାନକୁ ଦୃଷ୍ଟିରେ ରଖି ଏ ସବୁ କାର୍ଯ୍ୟ କରିବାଲାଗି ଯଥାସମ୍ଭବ ଉଦ୍ୟମ କରିବେ ବୋଲି କହିଥିଲେ ।
ନୂତନ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ସମୟରେ ଜିଲ୍ଲାରେ ବିକାଶ କାର୍ଯ୍ୟ ଆଗକୁ ବଢିବ ବୋଲି ବିଧାୟକ ଓ ଜିଲା ପରିଷଦ ଅଧ୍ୟକ୍ଷା ଆଶାବ୍ୟକ୍ତ କରିଛନ୍ତି।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 6 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories