#Breaking News

ବିଧାୟକ ଙ୍କ କୋଟଗଡ଼ ଅଂଚଳ ପରିଦର୍ଶନ


ଫୁଲବାଣୀ (ସୁନୀଲ ପଟନାୟକ )ମଙ୍ଗଳବାର ବାଲିଗୁଡାବିଧାୟକ ଚକ୍ରମଣି କହଁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟଗଡ ବ୍ଲକ ମାଦାଗୁଡା ଗ୍ରାମ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ସହ ମାଧ୍ୟାନ ଭୋଜନ କେଉଁ ପ୍ରକାରର ଦିଆଯାଉଛି ତାହାର ମଧ୍ୟ ତଦାରଖ କରି ଥିଲେ lଶିକ୍ଷକ ଶିକ୍ଷୟତ୍ରୀ ମାନେ ନିୟମିତ ସ୍କୁଲ କୁ ଆସି ପିଲାମାନଙ୍କୁ ଉଚିତ ଶିକ୍ଷା ଦାନ କରିବାଲାଗି ପରାମର୍ଶ ଦେଇଥିଲେ l
ସେହିପରି ଗ୍ରାମରେ କୃଷି ଅଧିକାରୀଙ୍କ ଦ୍ୱାରା ଚାଷୀ ମାନଙ୍କୁ ବିରି ଚାଷ କରିବା ପାଇଁ ବିରି ବଣ୍ଟନ କରିଥିଲେ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇବିଧାୟକ କହଁର
ଜମି କୁ ପଡିଆ ନ ପକାଇ ସରକାରଙ୍କ ଯୋଜନା ରେ ବିଭିନ ଚାଷ କରି ଲାଭବାନ ହେବାପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେl ସେହିପରି ଗ୍ରାମ ବାସୀଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଓ ସମସ୍ୟା ସମ୍ପର୍କରେମଧ୍ୟ ଆଲୋଚନା କରିଥିଲେ ବିଧାୟକ କହଁର l

Leave a comment

Your email address will not be published. Required fields are marked *