ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗ୍ରସ୍ତ: ୮ ଆହତ

Udaya_Labanya | August 24, 2022 | 11 views |0 | Breaking News


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ସମ୍ପର୍କୀୟଙ୍କ ମୃତ କାର୍ଯ୍ୟରେ ଯୋଗଦେବାକୁ ଯିବା ବେଳେ ଅଘଟଣ ଘଟିଛି । ସମସ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି l ଘଟଣା ପ୍ରକାରେ ବୁଧବାର ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ୍ ବୁଡାଗୁଡ଼ା ଅଞ୍ଚଳରୁ କିଛି ଲୋକ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ରୁତୁଙ୍ଗିଆ ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କ ମୃତ କାର୍ଯ୍ୟ (ମାଡ଼ା) ରେ ଯୋଗଦେବାକୁ ଏକ ଅଟୋରେ ବାହାରିଥିଲେ । ଅଧା ବାଟରେ କୌଣସି କାରଣରୁ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇପଡ଼ିଥିଲା । ଫଳରେ ଅଟୋରେ ବସିଥିବା ୮ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସହ ସମସ୍ତେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 27 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories