କନ୍ଧମାଳ : ପୋଲ ଉପରେ ତିନି ଫୁଟ ପାଣି : ବାଇକ୍ ଆରୋହୀ ଭାସିଗଲେ : ମୃତ ଦେହ ଉଦ୍ଧାର

Udaya_Labanya | August 26, 2022 | 102 views |0 | Breaking News


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ)ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି l ଏନେଇ ବୁଧବାର ରାତ୍ରରେ ଫୁଲବାଣୀ ସହରରେ ଥିବା ଡାକପାଲା ପୋଲ ଉପରେ ତିନି ଫୁଟ ପାଣି ବହୁଥିଲା। ଅସାବଧାନତା ଯୋଗୁଁ ଜଣେ ବାଇକ୍ ଆରୋହୀ ଭାସିଯାଇଥିଲେ। ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବିଭାଗ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ଉକ୍ତ ବ୍ୟକ୍ତି ଙ୍କୁ ଖୋଜିବାକୁ ଆରମ୍ଭ କରିଥିଲେ। କିନ୍ତୁ ପାଣିର ସୁଅ ଅଧିକ ଥିବାରୁ କାଲି ରାତି ପର୍ଯ୍ୟନ୍ତ ତାଙ୍କର କିଛି ପତ୍ତା ମିଳିପାରି ନ ଥିଲା। ଗୁରୁବାର ସକାଳୁ ପୁଣି ଅଗ୍ନିଶମ କର୍ମଚାରୀ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସଦସ୍ୟଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ବହୁତ ଚେଷ୍ଟା ଆଉ ଉଦ୍ୟମ ପରେ ତୁଡିପାଜୁ ପଞ୍ଚାୟତ କଲାମ୍ବୁର ଗ୍ରାମ ନିକଟସ୍ଥ ନଦୀ କୂଳ କଥାପୋଲ ଠାରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବା ବେଳେ ତାଙ୍କର ପରିଚୟ ମିଳିପାରିନାହିଁ ।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories