ସିକନ୍ଦରାବାଦ ସୁନା ଚୋରି ମାମଲା ସମ୍ପୃକ୍ତ ନଥିବା ଯୁବକ ଗିରଫକୁ ନେଇ ପ୍ରତିବାଦ

Udaya_Labanya | August 26, 2022 | 23 views |0 | Breaking News


ଫୁଲବାଣୀ(ସୁନୀଲ ପଟ ନାୟକ )
ସିକନ୍ଦରାବାଦ ସୁନା ଚୋରି ମାମଲା ରେ ଗିରଫ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅଂଚଳ ର ହୃତିକ ପ୍ରଧାନ ଜାମିନ ରେ ଆସି ନିଜକୁ ଦୋଷମୁକ୍ତ ବୋଲି କହିଛି lତାକୁ ଅଯଥାରେ ମିଥ୍ୟା ମାମଲା ରେ ପୋଲିସ ଫସାଇ ଦେଇଥିବା କଥା ଫୁଲବାଣୀ ଠାରେ ସାମ୍ବାଦିକ ସମ୍ମିଳନୀ ରେ ହ୍ରୁତିକ କହିଛି lଗତ
୨0୧୩ ମସିହା ରେ ତାଙ୍କ ଗ୍ରାମର ଜଣେ ଯୁବକ ଚାକିରୀ ଯୋଗାଇଦେବ ବୋଲି ତାକୁ ସିକନ୍ଦରବାଦ ନେଇଥିଲା lଦୁହେଁ ମିଶିକି ଗୋଟିଏ ଘରେ ରହୁଥିଲେ lତେବେ ହିରିତୀକ ସିକନ୍ଦରାବାଦ
ରେ ବୁଲୁଥିବା ବେଳେ ରାସ୍ତାରୁ ଗୋଟିଏ ବ୍ୟାଗ ରେ ସୁନା ପାଇଥିଲା l ଏ ବିଷୟ ରେ ସେ ତାର ବନ୍ଧୁ କିଷାନ କୁ କହିଥିଲା l ଆଉ ଦୁହେଁ ମିଶି କିଛି ସୁନା ସେଠାରେ ବିକ୍ରୀ କରିଥିଲେ l
ଆଉ ସେହି ଟଙ୍କା ଙ୍କୁ ଉଭୟ ବାଣ୍ଟି ଥିଲେ lଅବଶିଷ୍ଟ ସୁନା କିଷାନ ନିଜ ପାଖରେ ରଖିଥିଲା l
ମାଗିଲେ ଦେଉନଥିଲା l କିଶାନ ନଥିବାବେଳେ ହୃତିକ କୁଆଡେ ସୁନା ସବୁ ନେଇଆସି ଫୁଲବାଣୀ ରେ ପହଞ୍ଚିଥିଲା lଆଉ ସେହି ସବୁ ସୁନା ବିକ୍ରୀ କରିବାକୁ ଉଦ୍ୟମ କଲାବେଳେ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଘଟଣା ସ୍ଥଳ ରେ ପହଂଚି ହୃତିକ କୁ ଗିରଫ କରିଥିଲା l ଆଉ ସିକନ୍ଦରାବାଦ ପୋଲିସ କୁଜଣାଇଥିଲା l
ସିକନ୍ଦରାବାଦ ପୋଲିସ ତାକୁ ଗିରଫ କରି ନେଇଯାଇଥିଲା lତେବେ ପୋଲିସ ସିକନ୍ଦରାବାଦ କୁ ନେବାପୂର୍ବରୁ ପ୍ରଥମେ ଫୁଲବାଣୀ କୋର୍ଟ ରେ ହାଜର ନ କରାଇକୁଆଡେ ସିଧା ସଳଖ ସିକନ୍ଦରା ବାଦ ନେଇଯାଇଥିଲା lତେଣୁ, ଏ ବାବଦ ରେ ସେମାନେ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି l ତେବେ ତାଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି ପରିବାର ଲୋକେ ଦାବିକରିଛନ୍ତି l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories