#Breaking News

ଗ୍ରାମ ରୋଜଗାର ସେବକ ସଂଘ ର ବୈଠକ


ଫୁଲବାଣୀ (ସୁନୀଲ ପଟନାୟକ )
ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର ଏକ ଜରୁରୀ ବୈଠକ ସଭାପତି ଶ୍ରବଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ସ୍ଥାନୀୟ ନେତାଜୀ କ୍ଳବ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଉପସଭାପତି ବିଜୟ କୁମାର ସାହୁ, ଅଞଳୀ ନାୟକ, ଓ ସାଧାରଣ ସଂମ୍ପାଦକ ସାମନ୍ତ ଦିଗାଲଙ୍କ ସହ ପ୍ରତି ପଞ୍ଚାୟତର ଗ୍ରାମରୋଜଗାର ସେଵକ ଯୋଗ ଦେଇଥିଲେ। କୌଣସି ଚାକିରୀରେ ଛ ବର୍ଷକାମ କଲେ ସରକାର ସେମାନଙ୍କ ଚାକିରୀ ନିୟମିତ କରୁଥିବା ଦେଖାଯାଉଛି। କିନ୍ତୁ ଜି ଆର ଏସ ମାନେ ୧୪ବର୍ଷ କାର୍ଯ୍ୟ କରିବା ପରେ ମଧ୍ୟ ସେମାନଙ୍କ ଚାକିରୀ ନିୟମିତ କରାଯାଉନଥିବା ରୁ କ୍ଷୋଭ ପ୍ରକାଶ କରିଥିଲେ।ପଞ୍ଚାୟତ ର ସମସ୍ତ ଦାୟିତ୍ୱ ପୂର୍ଣ୍ଣ ଆର୍ଥିକ କାରବାର ବୁଝୁଥିବା ବେଳେ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ଦୁର୍ଭାଗ୍ୟଜନକ।ସରକାରଙ୍କ ଜିଆର ଏସ ମାରଣ ନୀତି ର ନିନ୍ଦା କରାଯାଇଛି।ବାରମ୍ବାର ଅନୁରୋଧ ସତ୍ୱେ ଯଦି ସରକାର ଜିଆର ଏସ ମାନଙ୍କ ଦାବୀ ପୂରଣ ନ କରନ୍ତିତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ସଙ୍ଘ ସଭାପତିଶ୍ରବଣ ପଣ୍ଡା ସୂଚନା ଦେଇଛନ୍ତି।
ଏଣୁ ସରକାର ସେମାନଙ୍କ ଦାବୀ କୁ ସହୃଦୟତାର ସହ ବିଚାର କରିବା ଉଚିତ ବୋଲି ସଙ୍ଘ କହିଛି l

Leave a comment

Your email address will not be published. Required fields are marked *