ଶିକ୍ଷାଜ୍ୟୋତି ସମ୍ମାନ ରେ ଛାତ୍ରୀ ଅସମ୍ମାନିତ, ଲାପଟପ ପାଇବାରୁ ବଞ୍ଚିତ, ଅଭୟ ପ୍ରଦାନ କଲେ ମୋବାଇଲ, ଆଶ୍ୱାସନା ଦେଲେ ଲାପଟପ ଦେବାକୁ

Udaya_Labanya | August 27, 2022 | 156 views |0 | Breaking News

ଆଠଗଡ (ଉଳାପ୍ର )ଆଠଗଡ ରେ ଗତ ୮ ବର୍ଷ ଧରି ଫୋରମ ଅଫ ଏକାଡେମୀ ତରଫରୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ଶିକ୍ଷା ଜ୍ୟୋତି ସମ୍ମାନ ପ୍ରଦାନ କରାଯାଇ ଆସୁଅଛି, ହେଲେ ଚଳିତବର୍ଷ ଏହି ଶିକ୍ଷା ଜ୍ୟୋତି ସମ୍ମାନ ରେ କିଛି ବ୍ୟତିକ୍ରମ ଦେଖାଯାଇଛି, ତିଗିରିଆ ପ୍ରଶନମଣି ପୁରୁଷୋତମ ମହାବିଦ୍ୟାଳୟ ର ଛାତ୍ରୀ ସୁଭଦ୍ରା ସାହୁଙ୍କୁ ମିଳିନାହିଁ ଶିକ୍ଷାଜ୍ୟୋତି ସମ୍ମାନ, ଯାହାକି ତାଙ୍କୁ ବେଶ ଆଘାତ ଲାଗିଛି, ଏଥିରେ ସେ ପାଇଥାନ୍ତେ ବିଧାୟକଙ୍କ ତରଫରୁ ଗୋଟେ ଲାପଟପ, ତାହା ମଧ୍ୟ ମିଳିଲା ନାହିଁ, ଦୀର୍ଘ ୮ ଘଣ୍ଟା ଧରି ଅଖିଆ ଅପିଆ ପଡିଆରେ ବସି ବସି ନିରାଶ ହୋଇ ଘରକୁ ଫେରିଥିଲେ ସୁଭଦ୍ରା,ସେ ସମ୍ପୂର୍ଣଭାଙ୍ଗି ପଡ଼ିଥିଲେ ମଧ୍ୟ ତାଙ୍କ ପରିବାର ତରଫରୁ ଝିଅକୁ ବହୁ ବୁଝାବୁଝୀ କରିବା ସହିତ ତାଙ୍କୁ ଆଶ୍ରା ଦେଇଛନ୍ତି ଓ ସହାୟ ହୋଇଛନ୍ତି ଅଭୟ ବାରିକ,ଆଠଗଡ ଶିକ୍ଷାଜ୍ୟୋତି ସମ୍ମାନ ରେ ଅସମ୍ମାନିତ ହୋଇ ଫେରିଥିବା ତିଗିରିଆ ପ୍ରଶନମଣି ପୁରୁଷୋତମ ମହାବିଦ୍ୟାଳୟ ର ଛାତ୍ରୀ ସୁଭଦ୍ରା ସାହୁଙ୍କୁ ମୋବାଇଲ ଦେଇ ସମ୍ମାନିତ କରିଛନ୍ତି ଅଭୟ ବାରିକ, ମହାବିଦ୍ୟାଳୟ ଟପର ହୋଇ ମଧ୍ୟ ସେ ଆଜି ଶିକ୍ଷାଜ୍ୟୋତି ପାଇବାରୁ ବଞ୍ଚିତ କାହିଁକି ସୋମପଡ଼ାର ଏହି ମେଧାବୀ ଛାତ୍ରୀ, ମହାବିଦ୍ୟାଳୟ ଦେଇଥିଲା ଛାତ୍ରୀଙ୍କ ନାମ ତେବେ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଲା ମେଧାବୀ ଛାତ୍ରୀର ପରିବାର ଶାସକ ଦଳିଆ ହୋଇ ନଥିବା ଯୋଗୁ ଚଣ୍ଡୀ ଚାମଣ୍ଡା ମାନେ ତାଙ୍କ ନାମ କାଟିଦେଲେ, ଏହି ଘଟଣା ଟିକୁ ଆଗକୁ ଆଣିଲେ ଜଣେ ସାମ୍ବାଦିକ, ଧନ୍ୟବାଦ ସେହି ସାମ୍ବାଦିକଙ୍କୁ, ତେବେ ଇଏ କି ପ୍ରକାର ଶିକ୍ଷାଜ୍ୟୋତି ସମ୍ମାନ ଯଦି କାହାକୁ ସମ୍ନାନିତ କରିପାରୁ ନାହଁ ତେବେ କାହାକୁ ଅସମ୍ମାନିତ କରିବା ତୁମକୁ ଅଧିକାର ଦେଲା କିଏ,ଧିକ ଆମ ରାଜନୀତିକୁ,ଯଦି ଫୋରମ ଅଫ ଏକାଡେମୀ ମହାବିଦ୍ୟାଳୟ ମାନଙ୍କୁ ମହାବିଦ୍ୟାଳୟ ର ଟପର ମାନଙ୍କ ତାଲିକା ମାଗିଥିଲା ଏବଂ ତିଗିରିଆ ପ୍ରଶନ ପୁରୁଷୋତମ ମହାବିଦ୍ୟାଳୟ ର ଅଧକ୍ଷା ଟପର ମାନଙ୍କ ଲିଷ୍ଟ ମଧ୍ୟ ପ୍ରଦାନ କରିଥିଲେ, ତେବେ କୋଉଠି ରହିଲା ତ୍ରୁଟି ଯାହା ଫଳରେ ସେହି ମହାବିଦ୍ୟାଳୟ ର ବିଜ୍ଞାନ ଛାତ୍ରୀ ଲାପଟପ ପାଉଥିବା ବେଳେ ସେହି ମହାବିଦ୍ୟାଳୟ ର କଳାର ମେଧାବୀ ଟପର ଛାତ୍ରୀ ସୁଭଦ୍ରା ସାହୁ କୋଉ କାରଣରୁ ବଞ୍ଚିତ ହେଲେ ଶିକ୍ଷାଜ୍ୟୋତି ସମ୍ନାନ ପାଇବାରେ,ଏଥିପାଇଁ ଫୋରମ ଅଫ ଏକାଡେମୀ ଦାୟୀ ନୁହେଁକି ? ସେହି ଛାତ୍ରୀ ଜଣକ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯଦି ତୁମେ କାହାକୁ ସମ୍ମାନିତ କରିପାରୁ ନାହଁ ତେବେ କାହାକୁ ଅସମାନୀତ କରିବା ମଧ୍ୟ ଠିକ ନୁହେଁ, ଶିକ୍ଷାଜ୍ୟୋତି ସମ୍ନାନ ରେ ମୁଁ ଯେପରି ଅସମ୍ମାନିତ ହେଲି ଆଗାମୀ ଦିନ ମାନଙ୍କରେ ଅନ୍ୟ କୌଣସି ଛାତ୍ରଛାତ୍ରୀ ଏମିତି ଅସମ୍ମାନିତ ନ ହେବାକୁ ସେ ଫୋରମ ଅଫ ଏକାଡେମୀଙ୍କୁ ପରାମର୍ଶ ଦେଇଛନ୍ତି, ସେହିପରି ସୁଭଦ୍ରାଙ୍କ ଦାଦା ମଧ୍ୟ ନିଜର ଅସନ୍ତୋଷ ଜାହିର କରିଛନ୍ତି, ଯୁବ ସଂଗଠକ ଅଭୟ ବାରିକ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଶିକ୍ଷାଜ୍ୟୋତି ସମ୍ମାନ କୁ ଡାକି କାହାକୁ ଅସମ୍ମାନିତ ନ କରିବା ପାଇଁ ଆୟୋଜକ ମାନଙ୍କୁ ପରାମର୍ଶ ଦେବା ସହିତ ସୁଭଦ୍ରା କୁ ଏକ ଲାପଟପ ଯୋଗାଇ ଦେବେ ବୋଲି ପ୍ରକାଶ କରିଥିଲେ ଅଭୟ, ଅଭୟ ଙ୍କ ଏହି କାର୍ଯ୍ୟକୁ ଆଠଗଡ ନିର୍ବାଚନ ମଣ୍ଡଳୀରେ ବେଶ ପ୍ରଶଂସା କରାଯାଇଛି,

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories