କନ୍ଧମାଳ ରେ ମାଆ ପିତାବାଲୀଙ୍କ ପ୍ରସିଦ୍ଧ ଜନ୍ତାଳ ଯାତ୍ରା

Udaya_Labanya | September 2, 2022 | 18 views |0 | Breaking News


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ଅଧିଷ୍ଠାତ୍ରୀ ଦେବୀ ମାଆ ପିତାଵାଲୀ ଦେବୀଙ୍କ ଜନ୍ତାଳ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଗତ ଦୁଇ ବର୍ଷ ଧରି ମାଆଙ୍କର ଏହି ପୂଜା କରୋନା କଟକଣା ପାଇଁ କେବଳ ସୀମିତ ପୂଜକ ଓ ସେବାୟତ ମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିଲା । ଚଳିତ ବର୍ଷ ମା’ଙ୍କ ଏହି ପୂଜା ଧୂମଧାମରେ କରାଯାଇଛି I ତେବେ ତିଥି ଅନୁସାରେ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ରେ ଆବାହମାନ କାଳରୁ ଫିରିଙ୍ଗିଆ ସହର ମୁଖ୍ୟାଳୟ ଠାରେ ଥିବା ମନ୍ଦିର ରେ ପୂଜା ହୋଇ ଆସୁଛନ୍ତି । ମାଆଙ୍କର ଜନ୍ତାଳ ଯାତ୍ରାରେ ହଜାର ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା । ପୂଜା ଆରମ୍ଭ ରୁ ପ୍ରଥମେ ମାଆଙ୍କ ମୁଖ୍ୟ ସେବକ ବହୁକ ପଦ୍ମ ଲୋଚନ ପ୍ରଧାନ ଓ ସତ୍ୟନାରାୟଣ ଭୁକ୍ତା ଙ୍କୁ ପାରମ୍ପରିକ ବାଜା ସହ ରତିନୀତି ଅନୁସାରେ ବରଣ କରି ମନ୍ଦିର କୁ ଅଣାଯାଇଥିଲା । ପରେ ମନ୍ଦିରରେ ପୁଜା ଆରମ୍ଭ ହୋଇ ଥିଲା , ପ୍ରବଳ ଜନସମାଗମ ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories