#Breaking News

ମାଁ ବରାଳ ଦେବୀ ପୀଠରେ ପାଳିତ ହେଲା ନୂଆଁ ଖାଇ ପର୍ବ

ଫୁଲବାଣୀ (ସୁନୀଲ ପଟନାୟକ ) ଆମ ଓଡ଼ିଶାରେ ବର୍ଷକୁ ବାର ମାସରେ ତେର ପର୍ବ ପାଳନ କରାଯାଏ । ସେଥି ମଧ୍ୟରୁ ନୂଆଁ ଖାଇ ଜୁହାର ପର୍ବ ଏକ ଅନ୍ୟତମ ।ଏହି ପର୍ବରେ ଚାଷୀ ମାନେ ଚାଷ କରିଥିବା ଫସଲର ପ୍ରଥମ ଅମଳର ଶସ୍ୟ ନିଜ ନିଜର ଅଧିଷ୍ଠାତ୍ରୀ ଦେବା ଦେବୀ ଙ୍କୁ ପ୍ରଥମ ଭୋଗ ସମର୍ପଣ କଲା ପରେ ତାହା ନିଜ ନିଜର ବନ୍ଧୁ ବାନ୍ଧବ, ସାହି,ପଡିଶା,ସାଙ୍ଗ ,ସାଥୀ ଓ ପ୍ରିୟଜନ ମାନଙ୍କ ଗ୍ରହଣରେ ଖିରି ,ଖେଚୁଡ଼ି, ପିଠା,କରି ମିଳି ମିଶି ଖାଆନ୍ତି ।ଏହି ପର୍ବରେ ସମସ୍ତେ ଘର ଦୁଆର ସଫା ସୁତୁରା କରି ନୂତନ ବସ୍ତ୍ର ପରିଧାନ କରି ନିଜର ଆରାଧ୍ୟ ଦେବା ଦେବୀ ଙ୍କୁ ପୂଜା ଅର୍ଚ୍ଚନା କରି ଦର୍ଶନ କଲା ପରେ ବୈଜେଷ୍ଟ୍ୟ ମାନଙ୍କୁ ଜୁହାର ଓ କନିଷ୍ଠ ମାନଙ୍କୁ ଆନ୍ତରିକତା ସ୍ନେହ, ଶ୍ରଦ୍ଧା ଓ ଆଦର କରନ୍ତି ।ତାପରେ ନାଚ ଗୀତ ରେ ଗାଁ ଦାଣ୍ଡ କମ୍ପି ଉଠେ ।ଏହି ପର୍ବ କୁ ଧୁମ୍ ଧାମରେ ବେଶ୍ ହସ ଖୁସି,ପାଳନ କରିବା ପାଇଁ ଲୋକମାନେ ମନରେ ଅନେକ ଆଶା ବାନ୍ଧି ବସି ଥାଆନ୍ତି ।ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ଏବଂ ମହାନ୍ ପର୍ବ ।ଯିଏ ଯେତେ ଦୁରେ ଥିଲେ ମଧ୍ୟ ଏହି ଦିନରେ ସମସ୍ତେ ଏକାଠି ହୋଇ ନୂଆଁ ଖାଇ ଜୁହାର ପର୍ବ ପାଳନ କରନ୍ତି ।ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ବଲସକୁମ୍ପା ଠାରେ ବିରାଜମାନ ଥିବା ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ମାଁ ବରାଳ ଦେବୀ ଙ୍କ ମନ୍ଦିରରେ ବଡ ଆଡମ୍ବର ପୂର୍ଣ୍ଣ ଭାବେ ବାଜା ବାଦ୍ୟ ବଜେଇ ମାଙ୍କୁ ରୀତି ନୀତି ନିୟମ ଅନୁସାରେ ପୂଜକ ଜଗଦୀଶ ଦେହୁରୀ,ଅଭୟ ଦେହୁରୀ,ରଥ ଦେହୁରୀ ପୂଜା କରିଛନ୍ତି। ଏହି ନୂଆଁ ଖାଇ ପର୍ବରେ ମନ୍ଦିର ପରିଚାଳନା କମିଟି ଓ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇ ବେଶ୍ ଆନନ୍ଦର ସହିତ ପାଳନ କରାଯାଇଛି।ସଭାପତି ଚିତ୍ତରଞ୍ଜନ ପ୍ରଧାନ,ସାଧାରଣ ସମ୍ପାଦକ ସଞ୍ଜୟ କହଁର, ଉପ ସଭାପତି ଗୌତମ ପ୍ରଧାନ,ଉପଦେଷ୍ଟା ଶୁକଦେବ ଜାନି, ରମାକାନ୍ତ ମଲ୍ଲିକ,ଅନ୍ତର୍ଯ୍ୟାମୀ ଦଳ ବେହେରା , ସଢ଼ ମୁଠା ସେବାୟତ ନଟବର ନାୟକ, ବେଙ୍ଗ୍ରିକିଆ ସେବାୟତ ଉଦ୍ଧବ ବିଷୋୟୀ,ପୁରୋହିତ ନାରାୟଣ ଆଚାର୍ଯ୍ୟ, ମନ୍ଦିର ପରିଚଳନା କମିଟିର ଅନ୍ୟାନ୍ୟ ସଭ୍ୟ ସମେତ କୁଇ ସମାଜ ର ସଭାପତି ଭାଗିରଥି କହଁର,ସମ୍ପାଦକ ମନୋଜ ପ୍ରଧାନ ,ଯୁଗ୍ମ ସମ୍ପାଦକ ବେଲାଳସେନ୍ କହଁର ଓ ମୁଠାର ସଭାପତି ,ସମ୍ପାଦକ, ଉପସ୍ଥିତ ଥିଲେ। ସମଗ୍ର ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁ, ଭକ୍ତମାନେ ଉପବାସ ରହି ଏକତ୍ରିତ ହୋଇ ମାଁ ଙ୍କୁ ଦର୍ଶନ କରିବା ପରେ ମାଁ ଙ୍କମନ୍ଦିରରେ ପ୍ରସ୍ତୁତ ହୋଇ ମାଁ ଙ୍କ ଠାରେ ଲାଗିଥିବା ପ୍ରଥମ ନବାନ୍ନ ଭୋଗ ପ୍ରସାଦ ଭାବେ ଗ୍ରହଣ କରନ୍ତି ତାପରେ ଯାଏଁ ଜଳ ସ୍ପର୍ଶ କରନ୍ତି ଏବଂ ନିଜ ନିଜର ପରିବାର ବର୍ଗ ଙ୍କ ପାଇଁ ମାଙ୍କ ପ୍ରସାଦ ସାଙ୍ଗରେ ନେଇ ଯାଆନ୍ତି ।ପୁଣି ଆର ବର୍ଷକୁ ଏହି ଦିନ ପାଳନ କରିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଥାନ୍ତି ।

Leave a comment

Your email address will not be published. Required fields are marked *