ଗଡଜାତ ପରିକ୍ରମା ତରଫରୁ ଅଷ୍ଟମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ,ଗୁରୁ ଦିବସରେ ସମ୍ବର୍ଦ୍ଧିତ ହେଲେ ଚଉଦ ଜଣ ଗୁରୁ

Udaya_Labanya | September 5, 2022 | 61 views |0 | Breaking News


ଆଠଗଡ(ଉଲାପ୍ର )ଆଠଗଡ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠ ଠାରେ ଅଷ୍ଟମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି, ପବିତ୍ର ଗୁରୁ ଦିବସ ଅବସରରେ ଗଡଜାତ ପରିକ୍ରମା ତରଫରୁ ଚଉଦଜଣ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା, ଅନୁଷ୍ଠାନର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ପର୍ଶ ଗୁରୁ ବାବା ଆର୍ତତ୍ରାଣ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ ସିଆରିଆ ମଠା ଧୀଶ ସଦାନନ୍ଦ ଦାସ ମହାରାଜ, ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଶିଳାଧାମ ମଠା ଧୀଶ ଯଶୋଦା ନନ୍ଦନ ଦାସ ମହାରାଜ, ସମସ୍ତ ଅତିଥି ଗଡଜାତ ପରିକ୍ରମା ର ଏହି ଗୁରୁ ଦିବସ ବା ପୂଜ୍ୟପୂଜା ସମାରୋହକୁ ବେଶ ପ୍ରଂଶସା କରିଥିଲେ, ଅନୁଷ୍ଠାନର

ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ପୂଜ୍ୟାପୂଜା ସମାରୋହ ଅବସରରେ 93 ବର୍ଷୀୟ ଗୁରୁ ରଘୁନାଥ ଦାସ, ସୁନ୍ଦର ନାରାୟଣ ମିଶ୍ର, ବାଉରୀ ବନ୍ଧୁ ମଲିକ, ଶୈଳବାଳା ଦେବୀ, ବାସନ୍ତୀ ଦେଇ, ପ୍ରତାପ କିଶୋର ମହାପାତ୍ର, ମଧୁସୂଦନ ବାରିକ, ମଞ୍ଜୁବାଳା ଶତପଥୀ, ଦେବରାଜ ବେହେରା, ବଂଶୀଧର ପଣ୍ଡା, ଅର୍ଣ୍ଣଦା ପଣ୍ଡା, ଶ୍ରୀବସ୍ଥ ନାୟକ, ପ୍ରେମଲତା ଦେବୀ ଏବଂ ଚନ୍ଦ୍ରଶେଖର ପ୍ରଧାନଙ୍କ ସହିତ ଚଉଦ ଜଣ ଗୁରୁଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଥିଲା,ସଂଗୀତକାର ଗୁରୁଦତ୍ତ ନାୟକ ଙ୍କ ନିର୍ଦେଶନାରେ ହବ ଗୁରୁ ତୁମେ ମଙ୍ଗଳମୟ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇ ଥିଲା, ଶେଷରେ ସଭ୍ୟ ସଦାନନ୍ଦ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ, କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଅଶୋକ ଦାଶ, ସନ୍ତୋଷ ବାରିକ, ବିଜୟ ନାୟକ, ତ୍ରିଲୋଚନ ବେହେରା, ଦୀପାଳି ଦାଶ,

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories