ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଙ୍କୁ ସମ୍ୱର୍ଦ୍ଧିତ

Udaya_Labanya | September 5, 2022 | 14 views |0 | Breaking News

ଫୁଲବାଣୀ(ସୁନୀଲ ପଟନାୟକ )
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ଠାରେ ଗୁରୁ ଦିବସ ତଥା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ସାରା ଭାରତବର୍ଷରେ ସେପ୍ଟେମ୍ବର ପାଞ୍ଚ ତାରିଖକୁ ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ଜନ୍ମଦିନକୁ ଗୁରୁଦିବସ ରୂପେ ପାଳନ କରୁଥିଲା ବେଳେ ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜୟନ୍ତୀ ପାଳିତ ହୋଇଛି l ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁମାନଙ୍କୁ ଭାରତରତ୍ନ ସର୍ବପଲ୍ଲୀଙ୍କ ବହୁମୁଖୀ ପ୍ରତିଭା ବିଷୟରେ ବୁଝାଇ ଥିଲେ l
ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ନବୀନ ଚନ୍ଦ୍ର ପ୍ରଧାନୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା l ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଭାପତି ପୁରୁଷୋତ୍ତମ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଗୁରୁଜୀ ଗୁରୁମା ଙ୍କୁ ପୂଜନ କରିଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ

Udaya_Labanya | November 26, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା lସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ…

ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ…

Udaya_Labanya | November 26, 2022 | 13 views | 0

ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା lଦୂର୍ଘଟଣା…

Leave a Reply

Your email address will not be published. Required fields are marked *

Archives

Categories