#Breaking News

ପ୍ରେମିକ କୁ ହତ୍ୟା, ୭ ଗିରଫ


ଫୁଲବାଣୀ(ଉଲା ପ୍ର )
ପ୍ରେମ କରିବା ମହଙ୍ଗା ପଡ଼ିଲା l ଘର ର ସମ୍ମାନ ରକ୍ଷା ପାଇଁ ପ୍ରେମିକା ର ପରିବାର ହତ୍ୟା କଲେ ପ୍ରେମିକ କୁ l ଆଉ ବସ୍ତା ରେ ଶବ କୁ ପୁରାଇ ଜଙ୍ଗଲ ରେ ଫୋଫlଡ଼ିଦେଲେ l ଏହି ମାମଲା ରେ ପୋଲିସ ୭ ଜଣ କୁ ଆଜି ଗିରଫ କରିଛି l
ସୂଚନା ଯୋଗ୍ୟ ଯେ, ଅଗଷ୍ଟ ୨ ୬ ରେ ଶୁକଦେବ ଯୁବତୀ କୁ ଭେଟିବା ପାଇଁ ତଳିପଡ଼ା ଆସିଥିବା ବେଳେ ଝିଅ ର ବାପା ସାହି ପଡିଶା ଙ୍କୁ ଧରି ମାଡ଼ ମାରି ଥିଲେ ଫଳରେ ଘଟଣାସ୍ଥଳ ରେ ଶୁକଦେବ ର ମୃତ୍ଯୁ ହୋଇଥିଲା l ପରେ ଶବ କୁ ଜରିବାବସ୍ତା ରେ ବାନ୍ଧି ଜଙ୍ଗଲ ଭିତରେ ଫୋଫଡିଦେଇଥିଲେl ସୁକଦେବ କୁ ନପାଇ ପରିବାର ଲୋକେ ଥାନାରେ ନିଖୋଜ ମାମଲା ଦାଏର କରିଥିଲେ l ତଦନ୍ତ ବେଳେ ଶୁକଦେବ ଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସୁରାକ ପାଇଥିଲା l ଏହାପରେ ଜଙ୍ଗଲ ରୁ ଶୁକଦେବ ର ଗଳିତ ଶବ ମିଳିଥିଲା lଆଜି ବୁଧବାର ଏହି ମାମଲାରେ ଝିଅ ର ବାପା ଦୁଃଶାସନ ମଲ୍ଲିକ ଙ୍କ ସମେତ ୭ ଜଣ ଙ୍କୁ ବାଲିଗୁଡା ପୋଲିସ ଗିରଫ କରିଛି l

Leave a comment

Your email address will not be published. Required fields are marked *