#Breaking News

ବ୍ଲକ ସ୍ତରୀୟ ଗୁରୁଦିବସ ରେ ମୁଁ ଲେଖିବି, ମୁଁ ପଢ଼ିବି କାର୍ଯ୍ୟକ୍ରମ


ଫୁଲବାଣୀ (ସୁନୀଲ ପଟନାୟକ )
ଗୁରୁ ଦିବସ ଅବସରରେ ସ୍ଥାନୀୟ ଏ ଜେ ଓ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ମୁଁ ପଢ଼ିବି ମୁଁ ଲେଖିବି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରାଯାଇଥିଲା l
ଏହି କାର୍ଯ୍ୟ କ୍ରମ ରେ ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି
କାର୍ଯ୍ୟକ୍ରମ ପିଲାଙ୍କ ଦକ୍ଷତା ବୃଦ୍ଧିକରିବା ସହ ପାଠ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବ ବୋଲି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏବି ଇ ଓ ଅମୁଲ୍ୟ କୁମାର ଜେନା, ଅଶୋକ ମିଶ୍ର ଙ୍କ ସମେତ ସମସ୍ତ ସି ଆର ସି ସି,ବ୍ଲକ ଅନ୍ତର୍ଗତ ୧ ୩ ଟି କ୍ଲଷ୍ଟର ର କୋଡିଏ ଜଣ ଛାତ୍ର ଛାତ୍ରୀ ଓ ଗାଇଡ଼ ଟିଚର ଉପସ୍ଥିତ ଥିଲେ l
ଛାତ୍ର ଛାତ୍ରୀ ମାନେ ନିଜସ୍ୱ ଢଙ୍ଗ ରେ ଲେଖିଥିବା ବିଷୟ କୁ ସମସ୍ତ ଙ୍କ ସମ୍ମୁଖରେ ନିର୍ଭୁଲ ଭାବରେ ପଢିଥିଲେ l
ଏହାଦ୍ୱାରା ଛାତ୍ର ଛାତ୍ରୀ ଙ୍କ ଅନ୍ତର୍ନିହିତ ଜ୍ଞାନ ବୃଦ୍ଧି ହେବାସହ ନିଜ ଭାଷା ଅଧିକ ସୁଦୃଢ଼ ହୋଇପାରିବ ବୋଲି ଅତିଥି ମାନେ କହିଥିଲେ l
ଶେଷରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କହଁର ପୁରସ୍କୃତ କରିଥିଲେ l ଆଗକୁ ଅଧିକ ରୁ ଅଧିକ ଛାତ୍ର ଛାତ୍ରୀ ମାନେ ଏଥିରେ ସାମିଲ ଯେପରି ହେବେ ସେଥିପ୍ରତି ଶିକ୍ଷକଶିକ୍ଷୟତ୍ରୀ ମାନେ ଆନ୍ତରିକତାର ସହ ଉଦ୍ୟମ କରିବାଲାଗି ମୁଖ୍ୟ ଅତିଥି କହଁର ପରାମର୍ଶ ଦେଇଥିଲେ l

Leave a comment

Your email address will not be published. Required fields are marked *