#Breaking News

ସତୁରି କେଜି ଗଂଜେଇ ସହ କାର ଜବତ,ଡ୍ରାଇଭର ଫେରାର


ଫୁଲବାଣୀ (ସୁନୀଲ ପଟନାୟକ )
ସୋମବାର ଗୋଛାପଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରଣଜିତ କୁମାର ମୁନି ଙ୍କ ନେତୃତ୍ୱରେ ତତକ୍ଷଣାତ ଘଟଣା ସ୍ଥଳ ରେ ଚଢ଼ାଉ କରି ଗୋଟିଏ ମାରୁତି ଏ ଟ୍ରି ଗା କାର ଜେ ଏଚ 01ସି ଇଉ. 3234. ଜବତ କରିବା ସହ ସେଥିରେ ଚାଲାଣ ହେଉଥିବା ସତୁରି କେଜି ଗଂଜେଇ ଜବତ କରିଛି l ତେବେ ପୋଲିସ କୁ ଦେଖି ଡ୍ରାଇଭ ର ଘଟଣା ସ୍ଥଳ ରୁ ଜଙ୍ଗଲ ଦେଇ ଫେରାର ହୋଇଯାଇଥିଲା l
ଏ ସମ୍ପର୍କରେ ଗୋଛାପଡା ଥାନା ପୋଲିସ ୧ ୧ 0/୨ ୨ ରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା କଥା ଗୋଛାପଡା ଥାନା ପୋଲିସ ଅଧିକାରୀ ରଣଜିତ କୁମାରମୁନି କହିଛନ୍ତି l
ଥାନା ଅଧିକାରୀ ରଣଜିତ କୁମାର ମୁନି ଙ୍କ କାର୍ଯ୍ୟଦକ୍ଷତା, ବିଶେଷ ଜ୍ଞାନ କୌଶଳ, ନିଷ୍ଠାପର ଉଦ୍ୟମ ଯୋଗୁଁ ଅଂଚଳ ରେ ଚାଲିଥିବା ବେଆଇନ ଗଂଜେଇ କାରବାର ଅନେକାଂଶ ରେ ରୋକାଯାଇ ପାରିଛି lଗୋଛାପଡା ଅଂଚଳ ରେ ଦିନ ରାତି ପେଟ୍ରୋଲିଙ୍ଗ କରିବା ଫଳରେ ଗଂଜେଇ ମାଫିଆ ମାନେ ସାବାଡ଼ ହେବା ସଂଗେ ଅସାମାଜିକ କାର୍ଯ୍ୟ କଳାପ ପୂର୍ବାପେକ୍ଷା କମିଥିବା ଲକ୍ଷ୍ୟ କରାଯାଉଛି l

Leave a comment

Your email address will not be published. Required fields are marked *