କରଡ଼ା ଜଙ୍ଗଲ ବିଭାଗ ରେଞ୍ଜ ଟ୍ରକ ସହ ଶାଳ ଗଣ୍ଡି ଜବତ

Udaya_Labanya | September 9, 2022 | 24 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ କରଡ଼ା ରେଞ୍ଜ ଅଫିସର ଙ୍କୁ ମିଳିଛି ସଫଲତା l ଶୁକ୍ରବାର କରଡ଼ା ରେଞ୍ଜ କର୍ମଚାରୀ ମାନେ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ଟ୍ରକ ସହ ଶାଳ କାଠ ଗଣ୍ଡି ଜବତ କରିବାସହ ଏ ସମ୍ପର୍କରେ ଦୁଇଜଣ ଙ୍କୁ ଗିରଫ କରିଛି lଗିରଫ ଦୁଇଜଣ ହେଲେ ଅମୁତୁଲ ଗ୍ରାମ ର ମହାଦେବ ବିଶୋଇ, ୫ ୬ ବର୍ଷ, ଓ ବଡ଼ଗଡ଼ ଗ୍ରାମ ର ଭଗବାନ ବେହେରା ୩୧ ବର୍ଷ ବୋଲି ରେଞ୍ଜର ବିରଂଚି ନାରାୟଣ ପଣ୍ଡା କହିଛନ୍ତି l ଏମାନେ ରଣବା ସେକ୍ସନ ଅନ୍ତର୍ଗତ ଡ଼େଙ୍ଗାଖମାଣ ଜଙ୍ଗଲ ରୁ ଶାଳ ଗଛ ସବୁ କାଟି ଟ୍ରକରେ ଲୋଡ଼ କରି ଚାଲାଣ କରୁଥିବାବେଳେ ବନ ବିଭାଗ ଚଢ଼ାଉ କରି ଜବତ କରିଥିଲା l
ବନପାଳ ସୁବାସ ଦିଗଲ, ବନ ରଖି ଅକ୍ଷୟ କହଁର, ଚଢ଼ଉବେଳେ ସହଯୋଗକରିଥିଲେ l
ଏ ନେଇ ବନ ବିଭାଗ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଦୁଇଜଣ ଙ୍କୁ କୋର୍ଟ ଚାଲାଣ କରିଛି l
ରେଞ୍ଜ ଅଫିସର ବିରଂଚି ନାରାୟଣ ପଣ୍ଡା ଙ୍କ ସଠିକ ସମୟରେ ସଠିକ ପଦକ୍ଷେପ ଯୋଗୁଁ ଏହା ସଂଭଵ ହୋଇପାରିଛି l
ଏହାବ୍ୟତୀତ ମାଓ ଇଲାକା ଭାବେ ପରିଚିତ କରଡ଼ା, ରଣବା, ସା ନବାରବା, ବଡ଼ବା ରବା ଭଳି ଘଂଚଜଙ୍ଗଲ ର ସୁରକ୍ଷା କରିବା ସହ ନୂତନ ଜଙ୍ଗଲ ସୃଷ୍ଟି, ବ୍ୟାପକ ବୃକ୍ଷ ରୋପଣ, ବନ୍ୟ ପ୍ରାଣୀ ସୁରକ୍ଷା, ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା କରିବା ଦିଗରେ ରେଞ୍ଜର ପଣ୍ଡା ଙ୍କ କାର୍ଯ୍ୟ ଅତୁଳନୀୟ lରେଞ୍ଜର ପଣ୍ଡା ଙ୍କ ନିଷ୍ଠାପର ଉଦ୍ୟମ, କାର୍ଯ୍ୟଦକ୍ଷତା, ବିଶେଷ ଜ୍ଞାନ କୌଶଳ, ସଚୋଟତା ଯୋଗୁଁ ଜଙ୍ଗଲ ସୁରକ୍ଷା ସମ୍ଭବହେବା ସହ ଚୋରା କାଠ ମାଫିଆ ମାନେ ସାବାଡ଼ ହେବା ସହ କାଠ ଚୋରା କାରବାର ମଧ୍ୟ ଅନେକାଂଶ ରେ ରୋକାଯାଇପାରିଛି l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories