ତହସିଲଦାରଙ୍କ କାର୍ଯ୍ୟାନୁଷ୍ଠାନ, ବାଲି ଓ ପଥର ମାଫିଆ ସାବାଡ
Udaya_Labanya | September 9, 2022 | 22 views |0 | Breaking News
ଫୁଲବାଣୀ(ସୁନୀଲପଟନାୟକ)
ଏକଦା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କଲାଡି ରାସ୍ତାକଡରେ ଥିବା ପାହାଡ଼କୁ ପଥର ମାଫିଆମାନେ ବେଆଇନ ଭାବେ ଫୁଟାଇ ସେଠାରୁ ମୋରମ, ପଥରଆଦି ଖୋଳି ନେଉଥିଲେ। ଫଳରେ ପରିବେଶ ନଷ୍ଟ ହେବା ସହରାସ୍ତା କଡ଼ ପାହାଡ଼ରେ ବଡବଡ ଗାତ ସୃଷ୍ଟି ହୋଇଥିଲା । ଏନେଇ ଅଭିଯୋଗ ହେବା ପରେ ଖଜୁରୀପଡା ତହସିଲଦାର ସ୍ଵପ୍ନିତ।
ନାଏକ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନିଜ ଦାୟିତ୍ଵ ଓ କର୍ତ୍ତବ୍ଯବୋଧ ଓ ସଚୋଟତା ର ପରିଚୟ ଦେଇଛନ୍ତି । ଫଳରେ ଦୀର୍ଘଦିନ ଧରି ରାଜଚଳାଇ ଆସୁଥିବା ପଥର ମାଫିଆମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି।
ପୂର୍ବରୁ ପ୍ରତିଦିନ ଟ୍ରକ ଓ ଟ୍ରାକ୍ଟର ଯୋଗେ ଲୋଡଲୋଡପଥର
ଚା ଲାଣ ହେଉଥିଲ। ତାହା ବର୍ତମାନ ବନ୍ଦ ଅଛି। ତହସିଲଦାର ସ୍ଵପ୍ନିତା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ଆଜି ସମଗ୍ର ଅଞ୍ଚଳ ଧ୍ବସଂ ହେବା ସହ ପରିବେଷ ଉପରେ ଏହାରକୁପ୍ରଭାବ ପଡିଥାନ୍ତା ବୋଲି ଅଞ୍ଚଳର ବୁଦ୍ଧିଜିବୀ ମାନେ ପ୍ରକାଶ କରିଛନ୍ତି ।
ସେହିପରି ଏହି ମହିଳା ତହସିଲଦାରଙ୍କ ନିଷ୍ଠା, ଆନ୍ତରିକଉଦ୍ୟମ,କାର୍ଯ୍ୟଦକ୍ଷତା ଯୋଗୁଁ ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଲକାରୀ ଙ୍କ କବଳରୁ ଏକ ର ଏକ ର ଜମି ଉଦ୍ଧାର କରି ସରକାରି ଖାତ।କୁ ଫେରାଇ ଆଣିବାରେ ତହସିଲଦାର ଶ୍ରୀମତୀ ନାୟକ ସକ୍ଷମ ହୋଇଥିବା ଜଣା ପଡିଛି।ଏ ନେଇ ଅନେକ ମାମଲା ମଧ୍ୟ ରୁଜ୍ଜୁ ହୋଇଥିବା କୁହାଯାଇଛି l
ସେହିପରି ରାଜସ୍ବ ଆଦାୟ କ୍ଷେତ୍ର ରେ ଲକ୍ଷ୍ୟ ପୂରଣ କରିବାରେ ସେ ସଫଳ ହୋଇଛନ୍ତି lବିଭାଗୀୟ ଅଧସ୍ତନ କର୍ମଚାରୀ, ରେଭିନ୍ୟୁ ଇନିସ୍ପେକଟର, ଓ ଅତିରିକ୍ତ ରେଭିନ୍ୟୁ ଇନ୍ସପେକ୍ଟର ମାନଙ୍କ ସହ ଉତ୍ତମ ବୁଝାବଣା, ପରିଶ୍ରମ, ସହଯୋଗ ଓଉତ୍ତମ ସମନ୍ୱୟ ରହିଥିବା ଯୋଗୁଁ
ଏସବୁ ସମ୍ଭବ ହୋଇପାରି ଥିବା ତହସିଲଦାର ନାୟକ କହିଛନ୍ତି l
ଖଜୁରୀପଡା ତହସିଲକାର୍ଯ୍ୟାଳୟ ସର୍ବଦା ଅଞ୍ଚଳବାସୀ ଙ୍କୁ ଉତ୍ତମ ରାଜସ୍ବ ସେବା ଯୋଗାଇଦେବା ପାଇଁ ସର୍ବଦା ଉଦ୍ୟମ କରୁଥିବା ଜଣାପଡିଛି l