ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ ଦାବିରେ ରାସ୍ତାରୋକ, ପ୍ରତିଶୃତି ପରେ ହଟିଲା
Udaya_Labanya | September 9, 2022 | 20 views |0 | Breaking News
ଫୁଲବାଣୀ(ଉଲା ପ୍ର )
ବିଦ୍ୟୁତ ଟ୍ରାନ୍ସଫର୍ମର ପୁନଃ ସ୍ଥାପନ ଦାବିରେ ଆଜି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ଠାରେ ଶତାଧିକ ମହିଳା ରାସ୍ତା ଅବରୋଧ କରିଥିଲେ I
ସୂଚନା ଯୋଗ୍ୟଯେ, ଏହି କେଲାପଡା ପଂଚାୟତ ବିଶି ସାହି ରେ ୮ 0 ରୁ ଉର୍ଧ୍ଵ ପରିବାର ବସବାସ କରନ୍ତି I ଗତ ମାସେ ତଳେ ହୋଇଥିବା ଲଗାଣ ବର୍ଷାରେ ଏହି ବିଶି ସାହି ଠାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଟି ପୋଡି ଯାଇଛି I ଯାହା ଫଳରେ ସାହିଟି ଦୀର୍ଘ ମାସେ ହେଲା ଅନ୍ଧାରରେ ରହିଛି I ସହିବାସିନ୍ଦା ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ସମସ୍ୟା ର ସମାଧାନ ନହେବାରୁ ଆଜି ଶତାଧିକ ମହିଳା ଓ ପୁରୁଷ କେଲାପଡା ଠାରେ ଫିରିଙ୍ଗିଆ ନୂଆପାଦାର ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ I ଯାହା ଫଳରେ ଏହି ରାସ୍ତା ରେ ଯିବା ଆସିବ କରୁଥିବା ଶତାଧିକ ଗାଡି ପ୍ରାୟ ୫ ଘଣ୍ଟା ଯାଏ ଅଟକି ରହିଥିଲା I ପରେ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ଙ୍କ ନିର୍ଦେଶ କ୍ରମେ ଥାନା ଏଏସ ଆଇ ପ୍ରମୋଦ କୁମାର ପ୍ରଧାନ ଙ୍କ ସହ ଫିରିଙ୍ଗିଆ ବିଦ୍ୟୁତ ବିଭାଗ ଦାୟିତ୍ୱ ରେ ଥିବା ବିଦ୍ୟୁତ ପରିଦର୍ଶକ ପହଂଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିବା ସହଅତିଶୀଘ୍ର ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରିବା ପାଇଁ ପ୍ରତିଶୃତି ଦେଲା ପରେ ଆନ୍ଦୋଳନ କରି ମାନେ ଆନ୍ଦୋଳନ ରୁ ଓହରି ଥିଲେ I