ଗୋଷ୍ଠୀ ଶୌଚାଳୟ ରେ ତାଲା

Udaya_Labanya | September 11, 2022 | 24 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ଲକ୍ଷାଧିକ ଟଙ୍କା ବ୍ୟୟ ହେଲା ସତ କିନ୍ତୁ କାମରେ ଆସୁନି lନିର୍ମାଣ ପରଠୁ କୁଆଡେ ତାଲା ଝୁଲୁଛି l
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡେଜୁ ପଞ୍ଚାୟତ ଅନ୍ତର୍ଗତ ସୁଡେଜୁ ଗ୍ରାମରେ ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମିତ ସର୍ବସାଧାରଣ ପାଇଖାନା ବା ଗୋଷ୍ଠୀ ଶୌଚାଳୟ ଏଭଳି ଅବସ୍ଥାରେ ରହିଛି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l
ଆଜକୁ ପ୍ରାୟ ୧ବର୍ଷ ପୂର୍ବେ ନିର୍ମିତ ଶୌଚାଳୟ ତାଲା ପଡ଼ିଛି,l କୁହାଯାଉଛି ଶୌଚାଳୟ କୁ ପାଣି ସୁବିଧା ହୋଇଥିଲେ ମଧ୍ୟ ଟାଙ୍କିକୁ ପାଣି ଆସୁନାହିଁ ଯାହା ଫଳରେ ସର୍ବସାଧାରଣରେ ନିର୍ମିତ ଶୌଚାଳୟ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏ ନେଇ କାର୍ଯ୍ୟାଳୟରେ ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ଏଥିପାଇଁ ଗ୍ରାମର ଲୋକଙ୍କ ମଧ୍ୟରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକାରୀ ହୋଇ ପାରୁନାହିଁ ଏବଂ ଲୋକମାନେ ଶୌଚାଳୟ ବଦଳରେ ମୁକ୍ତ ଆକାଶ ତଳେ ଶୌଚ ହେଉଛନ୍ତି l ଗ୍ରାମର କିଛି ବୁଦ୍ଧିଜିବୀଙ୍କ କଥା ଅନୁଯାୟୀ ଶୌଚାଳୟକୁ ଚବିସ ଘଣ୍ଟା ପାଣି ସଂଯୋଗ ହୋଇପାରିଲେ ଏହା କାର୍ଯ୍ୟକ୍ଷମ ହେବଆଉ ଲୋକମାନେ ବ୍ୟବହାର ରେ ଆସିବା ସହ ସ୍ୱଚ୍ଛ ଭାରତର ସଫଳ ରୂପାୟନ ହୋଇ ପାରିବ ବୋଲି କହିଛନ୍ତି।ଏଥିପ୍ରତି ପଂଚାୟତ ଓ ବ୍ଲକ କତୃପକ୍ଷ ଦ୍ରୁଷ୍ଟି ଦେଇ ତୁରନ୍ତ କାର୍ଯ୍ୟକ୍ଷମ କରିବା କୁ ଦାବୀ ହେଉଛି କେବଳ ଏହି ଗୋଟିଏ ଗୋଷ୍ଠୀ ଶୌଚାଳୟ ର ଯେ ଏଭଳି ଅବସ୍ଥା ତା ନୁହଁ ଜିଲାର ସହର ଠୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏ ଏଭଳି ଅନେକ ରହିଛି l

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 3 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories