#Breaking News

ବନାନୀ କଳା ସଙ୍ଗମ ବୈଠକ


ଫୁଲବାଣୀ (ଉଲା ପ୍ର )
ରବିବାର ଫୁଲବାଣୀ ସ୍ଥିତଜିଲ୍ଲା ପ୍ରେସକ୍ଲବ ଠାରେ ଜିଲାର ଏକ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ବରିଷ୍ଠ ସାମ୍ବାଦିକ ତଥା ବନାନୀ କଳା ସଙ୍ଗମ ର ସାଧାରଣ ସମ୍ପାଦକ ଡ଼ଃ. ଅରୂପ କୁମାର ଜେନା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଜିଲାରେ କଳାଓ ସଂସ୍କୃତି ର ପୁନରୁଦ୍ଧାର କରିବା ନିମନ୍ତେ ଉପସ୍ଥିତ ସଦସ୍ୟ ମାନେ ମତ ବ୍ୟକ୍ତ କରିଥିଲେ l
ନାଟ୍ୟ କଳlର ପ୍ରଚାର ଓ ପ୍ରସାର କରି ଆସୁଥିବା ଏହି ୩୮ ବର୍ଷ ର ଅନୁଷ୍ଠାନ ପକ୍ଷରୁ ଅତିଶୀଘ୍ର ଏକ ସାମାଜିକ ନାଟକ ପରିବେଷଣ କରି ବା ସହ ହାଇସ୍କୁଲ ସ୍ତରୀୟ ଏକ କ୍ଷୁଦ୍ର ନାଟକ ପ୍ରତିଯୋଗିତା, ଓ ସ୍ୱଳ୍ପ ମିଆଦୀ ନାଟ୍ୟ ତାଲିମ କାର୍ଯ୍ୟକ୍ରମ କରାଯିବା ଲାଗି ନିଷ୍ପତି ହୋଇଥିଲା l
ଅତିଶୀଘ୍ର ବୈଠକ ଡକାଯାଇ ଏ ସମ୍ପର୍କରେ ନିଷ୍ପତି ନିଆଯିବ l
ନୂତନ କଳାକାର ଓ ବିଭିନ୍ନ କଳା ସଂସ୍କୃତି ପ୍ରତିଭା ସମ୍ପନ ଯୁବକ ଯୁବତୀ ମାନକୁ ଏହି ମଞ୍ଚ ରେ ସାମିଲ କରାଯାଇ ଆଗାମୀ ଦିନରେ ବିଭିନ୍ନ ସଂସୃତିକ କାର୍ଯ୍ୟକ୍ରମ ରେ ତ୍ୱରାନ୍ୱିତ କରାଯିବା ପାଇଁ ଆଜିର ଜରୁରୀ ବୈଠକ ରେ ନିଷ୍ପତି ନିଆଯାଇଥିଲା l
ଏହି ବୈଠକ ରେ ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ସୁନୀଲ ପଟନାୟକ, ରୋଟାରୀଆନ ପ୍ରସନ୍ନ କୁମାର ପଣ୍ଡା, ଶିବ ନାୟକ, ପ୍ରଶାନ୍ତ ଜେନା, ରମେଶ ପ୍ରଧାନ, ଅଚ୍ୟୁତାନନ୍ଦ ସେଠି, ଜିଲ୍ଲା ଶିଶୁ ସୁରକ୍ଷା ଆୟୋଗ ର ଅଧ୍ୟକ୍ଷ ଅଶୋକ ବେହେରା, ଆଦିତ୍ୟ କୁମାର ତ୍ରିପାଠୀ, ଲଳିତ ମଲିକ, ତ୍ରୀନାଥମାଝି ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *