ଚିଣ୍ଟୁ ର ମଳ ଦ୍ୱାର ନାହିଁ ଯନ୍ତ୍ରଣା ରେ ଛଟ ପଟ ହେଉଛି

Udaya_Labanya | September 12, 2022 | 9 views |0 | Uncategorized


ଫୁଲବାଣୀ (ସୁନୀଲ ପଟନାୟକ )
ସମସ୍ତଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ମିଳିବ । ଚିକିତ୍ସାରେ କାହାରିକୁ ଅବହେଳା କରାଯିବ ନାହିଁ । ମେଡିକାଲରେ ମାଗଣା ଚିକିତ୍ସା ସହ ଅସ୍ତ୍ରୋପଚାର କରାଯିବ । ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଛନ୍ତି ସରକାର । ହେଲେ ସବୁ ଥିଲେ ହେଁ ଏହି ସେବା ମିଳୁ ପାରୁନାହିଁ । ଯାହାର ବାସ୍ତବ ଚିତ୍ର କନ୍ଧମାଳ ଜିଲା ଚକାପାଦ ବ୍ଲକରେ ଦେଖିବାକୁ ମିଳିଛି । ଜନ୍ମ ହେଲା ପରଠାରୁ ମଳ ଦ୍ୱାର ନ ଥିବା ଜଣେ ପିଲାର ଅସ୍ତ୍ରୋପଚାର ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ l
କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ ପଂଚାୟତ ପଡାମାହା ଗ୍ରାମ । ୨୦୧୭ ମସିହା ଜୁଲାଇ ମାସ ୧୮ ତାରିଖରେ ଗ୍ରାମର ପ୍ରକାଶ କହଁର ଓ ସ୍ତ୍ରୀ ଜାନକୀଙ୍କ କୋଳ ମଣ୍ଡନ କରିଥିଲେ ଚିଂଟୁ । ପୁଅ ଟିଏ ଜନ୍ମ ହେବାରୁ ପରିବାର ରେ ଖୁସିର ସୀମା ନ ଥିଲା । ଘରଠାରୁ ଆରମ୍ଭ କରି ବନ୍ଧୁ ପରିଜନ ମାନେ ଏହି ଖୁସିରେ ନିଜକୁ ସାମିଲ କରିଥିଲେ । ହେଲେ କିଛି ଘଂଟା ପରେ ଏହି ଖୁସି ପାଣି ଫୋଟକା ପରି ମିଳାଇ ଯାଇଥିଲା । କାରଣ ପିଲାଟି ଜୋରରେ କନ୍ଦା କଟା କରିଥିଲା । ଡାକ୍ତର ଆସି ପରୀକ୍ଷା କଲା ବେଳକୁ ମଳ ଦ୍ୱାର ନ ଥିବା ଜଣା ପଡିଥିଲା । ପିଲାଟି ମଳ ତ୍ୟାଗ କରି ପାରୁ ନ ଥିବାରୁ ଡାକ୍ତର ବାଇପାସ କରି ନାଭି ପାଖରେ ମଳ ଯାଉଥିବା ନାଡାକୁ ବାହାର କରି ଛାଡି ଦେଇଥିଲେ । ପିଲା ବଡ ହେଲେ ତାହାର ଅସ୍ତ୍ରୋପଚାର କରାଯିବ ବୋଲି କହିଥିଲେ । ସେହିଦନଠାରୁ ଆଜି ପର୍ଯ୍ୟନ୍ତ ଡାକ୍ତରଙ୍କ ପାଖକୁ ଦୌଡି ଦୌଡି ପ୍ରକାଶ ଏବଂ ସ୍ତ୍ରୀ ଜାନକୀ ନୟାନ୍ତ ହୋଇପଡିଲେଣି । ତଥାପି ଅପରେଶନ ହୋଇପାରୁ ନାହିଁ ବୋଲି ଚିଣ୍ଟୁ ର ମା ଜାନକୀ କହଁର
ଦିଗାମ୍ବର କହଁର ପଡୋଶୀ, ଓ
ସ୍ଵପ୍ନେଶ୍ଵର କହଁର କହିଛନ୍ତି l
ଚିଂଟୁ ଏବେ ୫ ବର୍ଷର ହୋଇଗଲାଣି l । ଘର ସମ୍ମୁଖରେ ତା ଭଳି ପିଲାମାନେ ପ୍ରତ୍ୟେକ ଦିନ ସ୍କୁଲ ଯାଉଥିବା ଦେଖି ମନ ଦୁଃଖ କରୁଛି । କାରଣ ସେ ଅସୁସ୍ଥ୍‌ତା ଯୋଗୁ ସ୍କୁଲ ଯାଇ ପାରୁନାହିଁ । ନାଭି ପାଖରେ ବାହାରିଥିବା ନାଡାରେ ମଳ ଆପେ ଆପେ ବାହାରୁଛି । ଦୁର୍ଗନ୍ଧରେ ରହି ହେଉନାହିଁ । ପେଟ ଉପରେ ଏକ କପଡା ଦେଇ ତାଙ୍କୁ ସବୁ ବେଳେ ରଖା ଯାଉଛି । ପରିବାରର ଜଣେ ଲୋକ ଏଥିପାଇଁ ବାନ୍ଧି ହୋଇରହିବାକୁ ପଡୁଛି । ଏପଟେ ପ୍ରକାଶ ଗରୀବ ଶ୍ରେଣୀର ଲୋକ । ଦିନ ମଜୁରୀ ନ ଗଲେ ପରିବାର ଚଳାଇବା କଷ୍ଟ । ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯେତବେଳେ ଚିଂଟୁଙ୍କୁ ଭର୍ତି କରାଯାଇଥିଲା, ସେତବେଳେ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ଆଜି ପର୍ଯ୍ୟନ୍ତ ଅପରେଶନ ଆଳ ଦେଖାଇ ଦିନ ଗଡାଇ ଚାଲୁଛନ୍ତି । ଏପଟେ ଚିଂଟୁ ବଡ ହେଉଥିବାରୁ ମଳ ତ୍ୟାଗ କରିବାରେ ଅକଥନୀୟ ଯନ୍ତ୍ରଣା ଅନୁଭବ କରୁଛି । ସରକାରଙ୍କ ଏତେ ସବୁ ସୁବିଧା ଥାଇ ଚିଂଟୁର ଅବସ୍ଥା କେବେ ସୁଧୁରିବ ଏବଂ ତାର ଅସ୍ତ୍ରୋପଚାର କରାଯିବ, ତାହା ଦେଖିବାକୁ ବାକି ରହିଲା

Share this
  •  
  •  
  •  
  •  
  •  
  •  
  •  

Related Posts

ଜଳ ସ୍ତର ବୃଦ୍ଧି କରିବାକୁ ପ୍ରୟାସ

Udaya_Labanya | September 24, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲାରେ ଜଳସ୍ତର ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ପ୍ରୟାସ କରାଯାଉଛି lଜିଲାରେ ଜଳ ସ୍ତର ଦିନକୁ ଦିନ କମିଯାଉଥିବା ଫଳରେ ବିଶେଷ କରି ଖରା ଦିନରେ ଲୋକେ ଜଳ କଷ୍ଟ ଭୋଗୁଛନ୍ତିlପାଣି ଗରା…

ଟିକାବାଲି ଏଏମ ସିଏସ ର ପୁନରୁଦ୍ଧାର ଉଦ୍ୟମ

Udaya_Labanya | September 17, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ଗୁରୁବାର କଂଗ୍ରେସ ଯୁବ ନେତା ପ୍ରତାପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି (AMCS ) ବଞ୍ଚାଓ ଅଭିଯାନର ପ୍ରଥମ ବୈଠକ ଟିକାବାଲି ପଞ୍ଚାୟତ ଗୃହରେ ଅନୁଷ୍ଠିତ ହେଇ ଯାଇଛି । ଦୀର୍ଘ ୩0…

Leave a Reply

Your email address will not be published. Required fields are marked *

Archives

Categories