ବାଇକ ଦୁର୍ଘଟଣାରେ ମହିଳା ଓ ଶିଶୁପର୍ଯ୍ୟବେକ୍ଷିକା ଙ୍କ ମୃତ୍ୟୁ

Udaya_Labanya | September 13, 2022 | 82 views |0 | Breaking News


ଫୁଲବାଣୀ(ଉଲା ପ୍ର )
କନ୍ଧମାଳ ଜିଲ୍ଲା ଖଜୁରୀପଡା ମହିଳା ଓ ଶିଶୁଵିକାଶ ପ୍ରକଳ୍ପ ର ଗୁଡାରି ସେକ୍ଟର ଶିଶୁଵିକାଶ ପର୍ଯ୍ୟବେକ୍ଷିକା ଶ୍ରୀମତୀ ଶୁଭଲକ୍ଷ୍ମୀ ପାଣିଗ୍ରାହୀ ବାଇକ ଦୁର୍ଘଟଣା ରେ ଗୁରୁତର ହୋଇ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ଗତକାଲି ମୃତ୍ୟୁଘଟିଛି! ଗତ ଶୁକ୍ରବାର ଫୁଲବାଣୀରୁ ବାଇକରେ ପୁଅ ସାଙ୍ଗରେ ଦାରିଙ୍ଗବାଡି ଯାଉଥିବାବେଳ ରାତି ସାତଟା ବେଳେ ରତଙ୍ଗ ନିକଟସ୍ଥ ଡ଼ଙ୍ଗରପଡା ଠାରେ ନୂତନ ଭାବେ ନିର୍ମିତ ହମ୍ପସରେ ବାଇକ ରୁ ଖସିପଡିଥିଲେ l
ଫଳରେ ଶୁଭଲକ୍ଷ୍ମୀ ଗୁରତର ଆହତ ହୋଇଥିଲେ! ଆମ୍ବୁଲାନ୍ସ କୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା! ଫଳରେ ଏକ ଅଟୋ ରିକ୍ସାଯୋଗେ ଶୁଭଲକ୍ଷ୍ମୀ ଙ୍କୁ ଫିରିଙ୍ଗିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ପରେ ଫୁଲବାଣୀ ସଦରମହକୁମା ଡାକ୍ତରଖାନା କୁସ୍ଥାନାନ୍ତର କରା ଯାଇଥିଲା! ଅବସ୍ଥା ରେ ଉନ୍ନତି ନ ଆସିବା ଫଳରେ ପରିବାର ଲୋକେ ତାଙ୍କୁ ସମ ହସ୍ପିଟାଲନେଇଥିଲେ ତେବେ ବ୍ରେନ ହାମରେଜ ଯୋଗୁଁ ଶୁଭଲକ୍ଷ୍ମୀ ଙ୍କର ସୋମବାର ରାତିରେ ମୃତ୍ଯୁ ଘଟିଛି.! ଶୁଭଲକ୍ଷ୍ମୀ ଙ୍କର ବିୟୋଗରେଖଜୁରୀପଡା ସିଡିପିଓ ସୁଶ୍ରୀ ଗୀତାଞ୍ଜଳି ପଣ୍ଡା, ସୁପରଭାଇଜର କ୍ରିଷ୍ଣା ପଣ୍ଡା, ଝରଣା ପ୍ରଧାନ, ଶାନ୍ତିଲତା ପ୍ରଧାନ, ପୁଷ୍ପାକେଶୀ ପ୍ରଧାନ, ବୈଜୟନ୍ତୀ ମଲିକ ଗଭୀର ଶୋକ ପ୍ରକାଶକରିବା ସହଅମର ଆତ୍ମା ର ସଦଗତି କାମନା କରିଥିଲେ l
ସେହିପରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତିl ସେ ଜଣେ କର୍ମଠ,ଦାୟିତ୍ୱବାନ ମେଳାପୀ,ମିଷ୍ଟଭାଷୀ,ସଚୋଟ ଓ ପରୋପକାରୀ କର୍ମଚାରିଥିଲେବୋଲି ସିଡିପିଓ ସୁଶ୍ରୀ ପଣ୍ଡା କହିଛନ୍ତି l

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 4 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories