
ଉଦୟ ଲାବଣ୍ୟ ରେ ଖବର ପ୍ରସାରଣ ପରେ ଭିନ୍ନ କ୍ଷମକୁ ଭରସା ଦେଲେ ଉପଜିଲ୍ଲାପାଳ
Udaya_Labanya | September 14, 2022 | 39 views |0 | Breaking News
ଆଠଗଡ (ଉଲା ପ୍ର )ଆଠଗଡ ରେ ଭିନ୍ନ କ୍ଷମକୁ କିପରି ସମ୍ମାନ ମିଳୁଛି ତାହା ଦେଖିଲେ ବଡ଼ ଆଶ୍ଚଯ୍ୟ ଲାଗେ, ଗତ ମଙ୍ଗଳବାର ଦିନ ଆଠଗଡ ବ୍ଲକରେ ହୋଇଥିବା ଭିନ୍ନ କ୍ଷମ ଶିବିରରେ ଭିନ୍ନ କ୍ଷମ ମାନଙ୍କୁ ବସିବା ପାଇଁ ସିଟ ମିଳି ନଥିଲା, ଯାହା ଫଳରେ ଭିନ୍ନ କ୍ଷମ ମାନଙ୍କ ସହିତ ଭିନ୍ନ କ୍ଷମ ମାନଙ୍କୁ ଆଣିଥିବା ଲୋକମାନେ ସିଟ ନପାଇ ବହୁ ଅସୁବିଧାର ସମୁଖୀନ ହୋଇଥିଲେ, ସେହିପରି ବୁଧବାର ଦିନ ତିଗିରିଆ ବ୍ଲକ ବିନ୍ଧାଣିମା ଗ୍ରାମର ଭିନ୍ନ କ୍ଷମ ରଞ୍ଜନ ଓ ତାଙ୍କ ପତ୍ନୀ ଉମା ଉଭୟ ଭିନ୍ନ କ୍ଷମ ଥାଇ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଠଗଡ
ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ, ସ୍ୱାମୀ ସ୍ତ୍ରୀ ଦୁଇଜଣ ଯାକ ଭିନ୍ନ କ୍ଷମ ହୋଇଥିବାରୁ ସେମାନଙ୍କ ଚଳିବା ପାଇଁ ସ୍ଥାୟୀ ସମାଧାନ କରିବାପାଇଁ ଧାରଣାରେ ବସି ରହିଥିଲେ, ଦିନ ଗୋଟାଏ ପର୍ଯ୍ୟନ୍ତ କୌଣସି ସରକାରୀ ପଦାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିଲେ, ଏହି ଘଟଣା ଟିକୁ ଉଦୟ ଲାବଣ୍ୟ ନିଜ ସୋସିଆଲ ମେଡ଼ିଆ ପେଜରେ ପ୍ରସାରଣ କରିବା ପରେ ଅପରାହ୍ନ ରେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ତିଗିରିଆ ବିଡ଼ିଓ ପ୍ରଣବ ରାଉତଙ୍କୁ ଡାକୁ ସାମ୍ବାଦିକ ମାନଙ୍କ ସହିତ ଧାରଣା କାରି ଙ୍କ ସହିତ ଆଲୋଚନା କରିଥିଲେ, ଶେଷରେ ରଞ୍ଜନ ଓ ତାଙ୍କ ପତ୍ନୀ ଉମାକୁ ଜୀବିକା ମିଶନ ଜରିଆରେ ସହଯୋଗର ହାତ ବଢ଼ାଇଥିଲେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ତିନିଦିନ ମଧ୍ୟରେ ରଞ୍ଜନ ଓ ତାଙ୍କ ପତ୍ନୀ ଉମା କଣ କରିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ଆଠଗଡ ଉପଜିଲ୍ଲାପାଳ ଙ୍କୁ ଜଣାଇଲେ ସେ ସମସ୍ତ ସୁବିଧା କରିବେ ବୋଲି ଉପଜିଲ୍ଲାପାଳ ନିର୍ଭର ପ୍ରତିସ୍ତୁତି ଦେବା ପରେ ଆନ୍ଦୋଳନ କାରି ଭିନ୍ନ କ୍ଷମକୁ ଜୁସ ପିଆଇ ଧାରଣା ଭଙ୍ଗ କରିଥିଲେ, ଉଦୟ ଲାବଣ୍ୟ ସମ୍ପାଦକ ଲଲାଟେନ୍ଦୁ ସେନାପତି ପ୍ରଶାସନ ଓ ଭିନ୍ନ କ୍ଷମଙ୍କ ମଧ୍ୟରେ ଏକ ସେତୁବନ୍ଧର ଭୂମିକା ଲିଭାଇ ଥିଲେ,