
ପୂର୍ବତନ ବିଧାୟକ ଅରୁଣ ପଟ୍ଟନାୟକ ଙ୍କ 26 ତମ ଶ୍ରାଦ୍ଧଦିବସ ଅନୁଷ୍ଠିତ
Udaya_Labanya | September 14, 2022 | 31 views |0 | Breaking News
ଖଣ୍ଡପଡ଼ା (ବିନାୟକ ମିଶ୍ର ) ଲୋକପ୍ରିୟତାର ଶୀର୍ଷରେ ଥିବା ଜନନେତା ଦିବଂଗତ ବିଧାୟକ ଅରୁଣ ପଟ୍ଟନାୟକଙ୍କ ୨୬ ତମ ଶ୍ରାଦ୍ଧବାର୍ଷିକ ଅବସରରେ ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ପରିସରରେ ଅରୁଣ ପଟ୍ଟନାୟକ ସ୍ମୃତି ପରିଷଦ ପକ୍ଷରୁ ଶ୍ରଦ୍ଧାଞଳି ସଭା ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ମୁଖ୍ୟ ଅତିଥି ଓ ମୁଖ୍ଯ ବକ୍ତା ରୂପେ ଜେକେବିକେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନାରାୟଣ ମହାନ୍ତି ଯୋଗଦେଇ ଅରୁଣଙ୍କ
ଲୋକପ୍ରିୟତା ସଂପର୍କରେ ଆଲୋକପାତ କରିଥିଲେ। ପୂର୍ବତନ ସାଂସଦ ତଥା ବିଧାୟକ ଶଶିଭୂଷଣ ବେହେରା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ରୁପେ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଭିକାରୀ ଚରଣ ଦାସ ଯୋଗଦେଇଥିଲେ।ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ବାରା ଜନନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା।ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ସ୍ମୃତି ପରିଷଦର ସଂପାଦକ ବିନାୟକ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ ସଭାପତି ବସନ୍ତ ନାୟକ ଓ ବିନାୟକ ସାହୁ ସଭା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।ଅରୁଣ ଥିଲେ ପ୍ରେରଣାର ଉତ୍ସ ଓ ପ୍ରଗତିର ସାରଥି ବୋଲି ଅତିଥିମାନେ ମତ ଦେଇଥିଲେ।ଏ ଅବସରରେ
ଅତିଥିମାନଙ୍କ ଦ୍ବାରା “ସ୍ମୃତିରେ ଅରୁଣ” ସ୍ମରଣିକା ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ବିଦ୍ୟାଳୟ ଓ ମହା ବିଦ୍ୟାଳୟରେ ଅଧ୍ୟୟନରତ କୃତି ଛାତ୍ରଛାତ୍ରୀ ମାନଙ୍କୁ ଏ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାତଃ ସମୟରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଖଣ୍ଡପଡା ସାମନ୍ତ ଛକ ଓ ବଜାର ମଧ୍ଯସ୍ଥ ବିଶ୍ବ ବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର କୋଣ ଅନୁକୋଣରୁ ୩ ହଜାରରୁ ଊର୍ଦ୍ଧ୍ଵ ଅରୁଣପ୍ରେମୀ ଜନତା ଯୋଗଦେଇ ପ୍ରିୟ ନେତା ଅରୁଣଙ୍କ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ।