#Breaking News

ବନବାସୀ ସେବା ସମିତିର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଏବଂ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ଜନ୍ମଦିନ ପାଳନ ନିମନ୍ତେ ଅନୁଷ୍ଠାନ ର ପୁରାତନ ଛାତ୍ର, ଛାତ୍ରୀ ଏବଂ ଗୁରୁଜୀ, ଗୁରୁମା ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ନଭେମ୍ବର ମାସ ୯,୧୦ ଓ ୧୧ ତାରିଖ ତିନିଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ବିଷୟରେ ଆଲୋଚନା କରାଯାଇଥିଲା l ଉକ୍ତ ଆଲୋଚନା ରେ ୧୬୦ ରୁ ଉର୍ଦ୍ଧ ଅନୁଷ୍ଠାନର ପୂର୍ବତନ ତଥା ପୁରାତନ ଛାତ୍ରଛାତ୍ରୀ କନ୍ଧମାଳ, ରାୟଗଡା,କଳାହାଣ୍ଡି, ମୟୁରଭଞ୍ଜ ତଥା ନବରଙ୍ଗପୁର ଜିଲ୍ଲାରୁ ଯୋଗଦେଇଥିଲେ l ଏହାଛଡା ଅନୁଷ୍ଠାନର ଏକ ସ୍ଥାୟୀ ଛାତ୍ର ସଂସଦ ଗଠନ ନିମନ୍ତେ ପ୍ରସ୍ତାବ ରଖାଗଲା l ଏହା “ବିଶ୍ୱନାଥ (ଆଜ୍ଞା) ପୂର୍ବତନ ଛାତ୍ର ସଂସଦ” ନାମରେ ନାମିତ କରାଗଲା l ଏହା ବ୍ୟତୀତ ସଂସଦର ସଭାପତି ଭାବେ ତପନ କୁମାର ଦିଗାଲ, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କୋଷାଧକ୍ଷ ରମେଶ ଶବର, ରାୟଗଡା ଜିଲ୍ଲା ରୁ ଉପସଭାପତି ଶ୍ରୀକାନ୍ତ ବିଶ୍ୱାଳ, କନ୍ଧମାଳ ଜିଲ୍ଲାରୁ ଉପସଭାପତି ଶ୍ରୀମତୀ ବନ୍ଦନା କହଁର ଙ୍କୁ ନିଯୁକ୍ତି କରାଯାଇଛି l ବନବାସୀ ସେବା ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ବିଶ୍ୱଜିତ ଜେନା, ଖଗେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ଶେଷରେ ସଂସଦର ସଭାପତି ତପନ କୁମାର ଦିଗାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a comment

Your email address will not be published. Required fields are marked *