#Breaking News

ମା କୁ ହତ୍ୟା କରି ପୁଅ ଫେରାର ?

ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ସଙ୍କରା ଖୋଲ ଗ୍ରାମ ର ସୁଣ୍ଡି ସାହିରେ ଜଣେ ବୃଦ୍ଧା ଙ୍କ ସନ୍ଦେହ ଜନକ ମୃତୁ ହୋଇଥିବା ଜଣା ପଡିଛି l ମୃତ ଜଣଙ୍କ ହେଲେ 70 ବର୍ଷ ର ବୃଦ୍ଧା ଲକ୍ଷ୍ମୀ ନାରାୟଣ ନାୟକ l ଟିକାବାଲି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ କୁ ପଠାଇଛନ୍ତି l ଯାହା ସୂଚନା ରହିଚି ମୃତକଙ୍କ ପରିବାର ଲୋକେ ବୃଦ୍ଧା ଙ୍କ ମୃତ୍ଯୁ ଙ୍କୁ ନେଇ କିଛି ସ୍ପଷ୍ଟ ଭାବେ କହି ପାରୁନାହାନ୍ତି l ତେବେ ବୃଦ୍ଧା ଙ୍କ ପୁଅ ଜଣେ ମାନସିକ ବିକାର ଗ୍ରସ୍ତ ରୋଗୀ l ଗତ କାଲି ସନ୍ଧ୍ୟାରେ ମା ସହିତ କୁଆଡେ ବଚସା ହୋଇଥିଲା ସେଥିରେ ଉତ୍ୟକ୍ତ ହୋଇ ମା କୁ ମାରି ଫେରାର୍ ହୋଇଥିବା ନେଇ ଗ୍ରାମରେ ଚର୍ଚ୍ଚl ହେଉଛି l କିନ୍ତୁ ଟିକାବାଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚଳାଇବା ସହ ଫେରାର୍ ହୋଇଥିବା ପୁଅକୁ ଖୋଜୁଥିବା ଜଣାପଡିଛି l କିନ୍ତୁ ଅନ୍ୟ ପକ୍ଷେ ବୃଦ୍ଧା ଙ୍କ ଶବ ବ୍ୟବଚ୍ଛେଦ ପରେ କିଭଳି ମୃତ୍ଯୁ ଘଟିଲା ତାହା ଜଣା ପଡ଼ିବ ବୋଲି ଆଶା କରାଯାଉଛି l

Leave a comment

Your email address will not be published. Required fields are marked *