#Breaking News

ବଦଳି ହୋଇଥିବା ପୋଲିସଏସ ଡି ପି ଓ ସମ୍ବର୍ଦ୍ଧିତ


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲାଫୁଲବାଣୀ ସଦର ପୋଲିସ ଅଫିସର ମହେନ୍ଦ୍ର ନାଥ ମୁର୍ମୁ ଙ୍କ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ବୁଧବାର ସନ୍ଧ୍ୟା ରେ ପ୍ରେସ କ୍ଲବ ରେ ମିଳିତ ନାଗରିକ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l
ସେହିପରି ତାଙ୍କ ସ୍ଥାନରେ ନୂତନ ଏସ୍ଡ଼ିପିଓ ଭାବେ ଦାଇତ୍ୱ ଗ୍ରହଣ କରିଥିବା ସୁ ପ୍ରସନ୍ନ ମଲିକ ଙ୍କୁ ମଧ୍ୟ ଉପଢୌକନ ଓ ଫୁଲ ତୋଡ଼ା ପ୍ରଦାନ କରି ସ୍ଵାଗତ କରାଯାଇଥିଲା l
ଏହି ଅବସର ରେ ଆୟୋଜିତ ସଭା ରେ ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ସମାଜସେବୀତଥା ମିଳିତ ମଞ୍ଚ ଆବାହକ ଅଶୋକ ପରିଡା, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତିସୁନୀଲ ପଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ
କନ୍ଧମାଳ ଜିଲ୍ଲା ରଫୁଲବାଣୀ ସଦର ଏସ୍ଡ଼ିପିଓ ଭାବେମହେନ୍ଦ୍ର ନାଥ ମୁର୍ମୁ ନିଷ୍ଠା, ଆନ୍ତରିକତା ଓ ଦକ୍ଷତା ର ସହ ଦିନ ରାତି ଏକ କରିନିରବିଛିନ ଭାବେ ସହରବାସୀଙ୍କୁ ୨ ବର୍ଷ ରୁ ଉର୍ଦ୍ଧ ସମୟ ଧରି ସୁରକ୍ଷା ଯୋଗାଇଆସୁ ଥିଲେବୋଲି କହିଥିଲେ l lସେହିପରିକରୋନା ସମୟରେ ଲୋକଙ୍କୁ ସଚେତନ କରିବା ସହ କରୋନା ମୁକାବିଲା କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ ଥିଲା ବୋଲି କହିଥିଲେ l ପୋଲିସ ଅଫିସର ମହେନ୍ଦ୍ରନାଥ ମୁର୍ମୁ ଙ୍କ କେନ୍ଦୁଝର ସଦର ଏସ୍ଡ଼ିପିଓ ଭାବେ ବଦଳି ହୋଇଛି l
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ତଥା ଆଇନଜୀବୀ ବ୍ରଜ ପଟନାୟକ, ହେମନ୍ତ ମହାନ୍ତି, ନବ କୃଷ୍ଣ ରଥ, ପ୍ରଣବ ମଣ୍ଡଳ, ପଞ୍ଚାନନ କହଁର, ସାମ୍ବାଦିକ ଶିବାନନ୍ଦ ପଟନାୟକ, ଖିରୋଦ ସାହାଣୀ ପ୍ରମୁଖ ଏସ୍ଡ଼ିପିଓ ମୁର୍ମୁ ଙ୍କ ଉନ୍ନତ ଚିନ୍ତାଧାରା, ସେଵାମନଭାଵ,ସଚୋଟତା, ଭାଇଚାରା, ଓ ନିଜର ଅଭିନବ କାର୍ଯ୍ୟଶୈଳୀ ଯୋଗୁଁ ସହର ରେ ବେଶ ଲୋକପ୍ରିୟ ହୋଇପାରିବା ସଂଗେ ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆସିଥିଲା ବୋଲି ବର୍ଣନା କରିଥିଲେ lସେହିପରି ଏସ୍ଡ଼ିପିଓ ମୁର୍ମୁ ମଧ୍ୟ ଅତ୍ୟନ୍ତ ଭାବ ବିହ୍ଵଳ ହୋଇ ସହରବାସୀ ଙ୍କ ତାଙ୍କ ପ୍ରତି ଥିବା ଆନ୍ତରିକ ସହଯୋଗ ଓ ଭଲପାଇବା କୁ ଜୀବନ ରେ କେବେ ଭୁଲିପାରିବେନି ବୋଲିକହିଥିଲେ l

ସେହିପରି କଟକ ଗ୍ରାମାଞ୍ଚଳ ଏସଡ଼ି ପିଓ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିବା ସୁପ୍ରଶନମଲିକ ମଧ୍ୟ ଏହି ଅବସର ରେ ସମସ୍ତ ଙ୍କ ସହଯୋଗ କାମନା କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଧ୍ୟାନ ଦେବେ ବୋଲି କହିଥିଲେ l
ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଦେଇଥିଲେ l

Leave a comment

Your email address will not be published. Required fields are marked *