ଆଞ୍ଚଳିକ ସ୍ତରୀୟ ପୋଷଣ ମାସ ଓ ମାଆ ଗୃହର ପ୍ରତିଷ୍ଠା ଦିବସ ପାଳିତ

Udaya_Labanya | September 17, 2022 | 24 views |0 | Breaking News


କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ବାଲନ୍ଦାପଡା ଠାରେ ଆଂଚଳିକ ସ୍ତରୀୟ ପୋଷଣ ମାସ – ୨୦୨୨ ପାଳିତ ହୋଇଯାଇଛି। ଏହା ସହ ଅନୁଷ୍ଠାନ ଦ୍ୱାରା ପରିଚାଳିତ ମାଆ ଗୃହର ମଧ୍ୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ହରପ୍ରିୟା ମେହେର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳରେ କୁପୋଷଣ ଦୂର କରିବା ପାଇଁ ହେଲେ ଗ୍ରାମ୍ୟ ସ୍ତରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ, ଆଶା କର୍ମୀ ଓ ଅଙ୍ଗନଓାଡୀ କର୍ମୀଙ୍କୁ ସହଯୋଗ କରିବା ସହ ନିଜ ନିଜ ଘରେ ମଧ୍ୟ ନିଜ ଅଞ୍ଚଳରେ ମିଳୁଥିବା ବିଭିନ୍ନ ପନିପରିବା, ଫଳ ଇତ୍ୟାଦି ଖାଇବାକୁ ଅନୁରୋଧ କରିଥିଲେ। ବାଲନ୍ଦାପଡା ଓ କୁଏରମାଣ୍ଡୁ ଗ୍ରାମପଂଚାୟତରେ ସରପଂଚଙ୍କ ସହିତ, ସମିତି ସଭ୍ୟ ପଞ୍ଚାନନ ଦିଗାଲ ଯୋଗଦେଇ କୁପୋଷଣ ହଟାଇବାରେ ପଞ୍ଚାୟତ ପ୍ରତିନିଧି ମାନଙ୍କର ଥିବା ଭୁମିକା ଉପରେ ଆଲୋକପାତ କରିଥିଲେ।ପୂର୍ବତନ ଫିରଙ୍ଗିଆ ବ୍ଲକ ଉପାଧକ୍ଷା ସସ୍ମିତା ଦିଗାଲ ମାଆ ଗୃହ ଦୀର୍ଘ ୧୦ ବର୍ଷ ଧରି ଅଞ୍ଚଳବାସୀଙ୍କୁ ଯୋଗାଇ ଆସୁଥିବା ସେବା ଗୁଡିକୁ ପ୍ରଶଂସା କରିବା ସହ, ଆଗାମୀ ଦିନରେ ସେବୀକା ମାନଙ୍କର ପ୍ରଚେଷ୍ଟାରୁ କୁପୋଷଣ ଦୂର ହେବ ବୋଲି ଆଶା ରଖିଥିଲେ। ସ୍ଥାନୀୟ ମହିଳା ପରିଦର୍ଶୀକା ଅପର୍ଣ୍ଣା ଦିଗାଲ ଯୋଗ ଦେଇ ପୋଷଣ ସମ୍ବଦ୍ଧୀୟ ବାର୍ତ୍ତା ବାଣ୍ଟିବା ସହିତ ପୁଷ୍ଟିକର ଖାଦ୍ୟ ମାଆ ଶିଶୁଙ୍କ ପାଇଁ ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ବ୍ଲକ କାର୍ଯ୍ୟ ପରିଚାଳକ ଅଜୟ କୁମାର ସାହୁ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମରେ ମାଆ ଗୃହର ୧୦ ବର୍ଷର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞ୍ଜନ କର ଉପସ୍ଥାପନା କରିଥିଲେ। ଏହି ଅବସରରେ ଅଞ୍ଚଳର କୁନି କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁଷ୍ଠିତ ହୋଇଥିବା ବେଳେ ତିନି ଜଣ ସୁସ୍ଥ ଶିଶୁ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବାଲନ୍ଦାପଡାର ଡା.ଅଭିତୋଶ ମିଶ୍ର ଉପସ୍ଥିତ ରହି ମାଆ ଗୃହର କାର୍ଯ୍ୟକୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ସମସ୍ତେ ହାତକୁ ହାତ ମିଶାଇ କାମ କରିପାରିଲେ ଆଗାମୀ ଦିନରେ କୁପୋଷଣ ଏବଂ ମାତୃ ଓ ଶିଶୁ ମୃତ୍ୟୁକୁ ରୋକିପାରିବ ବୋଲି ମତ ପ୍ରକାଶ କରିଥିଲେ। ସ୍ଥାନୀୟ ସ୍ୱେଚ୍ଛାସେବୀ ପଞ୍ଚୁଦେବ ପ୍ରଧାନଙ୍କୁ ନିଷ୍ଠାପର ସମାଜ ସେବା ପାଇଁ ଅତିଥିମାନେ ସମ୍ମାନିତ କରିଥିଲେ। କୁସ ସାନସେଠ ଓ ଆଲୋକ ସାମନ୍ତରାୟଙ୍କ ସଭା ପରିଚାଳନା କରିଥିବା ବେଳେ ପୁଷ୍ପିତା ସାହୁ, ଅନୁପମା କହଁର, ସାମନ୍ତି ଦିଗାଲ, ରିତାଞ୍ଜଳୀ ସାହୁ, ମାନସ ପ୍ରଧାନ, ସୈାରଭ ପଣ୍ଡା, ମାମିନା କହଁର ଓ ଗିତାଞ୍ଜଳୀ କହଁର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 7 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories