#Breaking News

ଖଜୁରୀପଡା ରେ ରାଜସ୍ବ ଅଦାଲତ ଶିଵୀର, ୧ 0୮ମାମଲା ର ଶୁଣାଣି


ଫୁଲବାଣୀ – (ସୁନୀଲ ପଟନାୟକ)
ଶୁକ୍ରବାର ଖଜୁରୀପଡା ତହସିଲ କାର୍ଯ୍ୟାଳୟ ପରିସରରେ ଖଜୁରୀପଡା ଆର ଆଇ ସର୍କଲ ଅନ୍ତର୍ଗତ ଲୋକଙ୍କ ରାଜସ୍ବ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଶୁଣାଣି ହୋଇଥିଲା l
ଏଥିରେ ମୋଟ ୧0୮ ଜଣ ଙ୍କ ରାଜସ୍ବ ସମ୍ପର୍କିତ ଅଭିଯୋଗ ର ଶୁଣାଣି କରାଯାଇଥିଲା l
ଲୋକମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ତହସିଲଦାର ଙ୍କୁ ଅବଗତ କରିଥିଲେ lତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଧର୍ଯ୍ୟ ର ସହ ଲୋକଙ୍କ ଅଭିଯୋଗ ଶୁଣିବା ସହ ରାଜସ୍ବ ଓ ଜମିଜମା ମାମଲା ଯେପରି ସୁରୁଖୁରୁ ରେ ସମାଧାନ ହୋଇପାରିବ ସେନେଇ ଯଥା ସାଧ୍ୟ ଚେଷ୍ଟା କରିଥିଲେl ତହସିଲଦାର ସ୍ୱପ୍ନିତା ନାୟକ ଙ୍କ ନିଷ୍ଠା, ଆନ୍ତରିକତା, ସେବା ମନୋବୃତ୍ତି, ସାମାଜିକ ଦାଇତ୍ୱ ବୋଧ ଯୋଗୁଁ ଅଂଚଳ ବାସୀ ଙ୍କ ସମସ୍ୟା ଅନେକାଂଶ ରେ ଦୂର ହୋଇପାରିଥିବାରୁ ଲୋକେ ଖୁସି ବ୍ୟକ୍ତ କରିବା ସହ ପ୍ରଶାସନ ଓରାଜ୍ୟ ସରକାର ଙ୍କ ପ୍ରତି ସେମାନଙ୍କ ଆସ୍ଥା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଥିଲା l
ଅନ୍ୟମାନଙ୍କ ମଧ୍ୟରେ ଶୁଣାଣି ସମୟରେ ଖଜୁରୀପଡା ଅତିରିକ୍ତ ତହସିଲଦାର , ରେଭିନ୍ୟୁ ଇନ୍ସ୍ପେକଟର, ଅରାପାଜୁ ସରପଞ୍ଚପ୍ରମୁଖ ଉପସ୍ଥିତ ଥିଲେ l
ସେହିପରି ଲୋକଙ୍କ ହାତ ପାଆନ୍ତା ରେ ରାଜସ୍ବ ସେବା ଯୋଗାଇଦେବା ଓ ସମସ୍ୟା ର ତ୍ୱରିତ ସମାଧାନ ଲାଗି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧୯ ରେ ବଳସକୁମ୍ପା, ୨୧ ରେ ଗୂଦାରୀ, ୨୩ ରେ ଦୁତିମେଣ୍ଡି, ୨୭ ରେ ଆର. ନୂଆଗାଁ, ଓ ଅକ୍ଟାବର ୧ ରେ ସୁଡ଼ରୁ କୁମ୍ପା, ୭ ରେ ଖଜୁରୀପଡା, ୧୧ ବଲ ସ କୁମ୍ପା , ୧୩ରେ ଗୂଦାରୀ, ୧୫ରେ ଦୁତିମେଣ୍ଡି, ୧୮ ରେ ଆର. ନୂଆଗାଁ, ୨0ରେ ସୁଡୁ ରୁକୁମ୍ପା, ୨୫ରେ ଖଜୁରୀପଡା ଓ ୨୮ ରେ ବଳସକୁମ୍ପା ରେ କ୍ୟାମ୍ପ କୋର୍ଟ ମାନ ଅନୁଷ୍ଠିତ କରାଯାଇ ଲୋକଙ୍କ ରାଜସ୍ବ ସମସ୍ୟା ଗୁଡିକର ଶୁଣାଣି ଓ ସମାଧାନ ଦିଗରେ ଚେଷ୍ଟା କରା ଯିବ ବୋଲି ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ କହିଛନ୍ତି lଏହି ସବୁ ଦିନ ରେ
ସମ୍ପୃକ୍ତ ଅଂଚଳ ର ଲୋକମାନେ ଉପସ୍ଥିତ ରହି ଖୋଲା ମନରେ ସେମାନଙ୍କ ଦୀର୍ଘ ଦିନର ସମସ୍ୟା କହିପାରିବେ ବୋଲି ତହସିଲଦାର ଶ୍ରୀମତୀ ନାୟକ ଆହୁରି କହିଛନ୍ତି l

Leave a comment

Your email address will not be published. Required fields are marked *