ଟିକାବାଲି ଏଏମ ସିଏସ ର ପୁନରୁଦ୍ଧାର ଉଦ୍ୟମ

Udaya_Labanya | September 17, 2022 | 8 views |0 | Uncategorized


ଫୁଲବାଣୀ(ସୁନୀଲ ପଟନାୟକ )
ଗୁରୁବାର କଂଗ୍ରେସ ଯୁବ ନେତା ପ୍ରତାପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି (AMCS ) ବଞ୍ଚାଓ ଅଭିଯାନର ପ୍ରଥମ ବୈଠକ ଟିକାବାଲି ପଞ୍ଚାୟତ ଗୃହରେ ଅନୁଷ୍ଠିତ ହେଇ ଯାଇଛି । ଦୀର୍ଘ ୩0 ବର୍ଷ ହେଲାଣି ଏହି ଅଗ୍ରଣୀ ସମବାୟ ଅନୁଷ୍ଠାନ ଏକଦମ ସ୍ଥାଣୁ ଅବସ୍ଥାରେ ଅଛି । ଏହି ଅନୁଷ୍ଠାନକୁ ପୁନରୁଦ୍ଧାର କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦ୍ୱାରା AMCS ସୋସାଇଟି ବଞ୍ଚାଓ ଅଭିଯାନ ଆରମ୍ଭ କରାଯାଇଛି । ଆଜିର ବୈଠକରେ ପ୍ରଫୁଲ୍ଲ ଦାସ, ଶାନ୍ତନୁ ପ୍ରଧାନ, କୁନ୍ଦୁରୁ ମଳିକ, ଆକୁଲା ନନ୍ଦ ଦିଗାଲ, ଚନ୍ଦନ କୁମାର ପଣ୍ଡା, ପ୍ରଫୁଲ୍ଲ ଦିଗାଳ , ଅନନ୍ତ କୁମାର ସାହୁ, ବଳଭଦ୍ର ଦିଗାଳ, ଶ୍ରୀକୃଷ୍ଣ ପ୍ରଧାନ, ଯାକେଶ ପ୍ରଧାନ, ଗୋକୁଳ ଚନ୍ଦ୍ର ପ୍ରଧାନ, ପ୍ରଦୀମନ୍ୟୁ ଦିଗାଳ, ଜ୍ୟୋତିରାଜ ଲିମା, ପାଢ଼ୀ ନାୟକ, ସାରଙ୍ଗ ଧର କଂହର ଆଦି ବହୁ ବରିଷ୍ଠ ନାଗରିକ ଯୋଗଦେଇ ଅତୀତରେ ଏହି ସଂଗଠନ ଦ୍ୱାରା ଜିଲାର ହଜାର ହଜାର ଆଦିବାସୀ ଉପକୃତ ହୋଇଆସୁ ଥିଲେ ଆଉ ସେମାନଙ୍କ ଜୀବନ ଜୀବିକା ରେ ପରିବର୍ତନ ଆଣି ବାରେ ଏହି ସଂସ୍ଥା କିଭଳି ସାହାଯ୍ୟ ସହଯୋଗ କରୁଥିଲା ସେ ନେଇ ମତ ବ୍ୟକ୍ତ କରିଥିଲେ l
ଆଜିର ଏହି ବୈଠକରେ ସମାଜସେବୀ ତଥା କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ ସଭାପତିତ୍ୱ କରିଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ରୋଟାରୀ କ୍ଲବ ପକ୍ଷରୁ ଛାତ୍ର ଛାତ୍ରୀପୁରସ୍କୃତ

Udaya_Labanya | September 25, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ରବିବାରଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ କ୍ଲବ ର ସମ୍ମିଳନୀ କକ୍ଷ ଠାରେସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବେସିକ ଏଜୁକେସନ ଉପରେ ହୋଇଥିବା ଏକ ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀ ଙ୍କୁମାନପତ୍ର, କପ, ଅର୍ଥ ରାଶି ପ୍ରଦାନ…

ଫୁଲବାଣୀ ରେ ଚକ୍ଷୁ ଚିକିତ୍ସା ଶିବିର, ୪୩ଜଣ…

Udaya_Labanya | September 25, 2022 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ହାଟପଦାସ୍ଥିତ ମାଆ ନାରାୟଣୀ ଙ୍କ ସମ୍ମିଳନୀ କକ୍ଷରେ ମହାନଦୀ ନେତ୍ର ଚିକିତ୍ସାଳୟ ଆନୁକୂଲ୍ୟରେ ମିଳିତ ନାଗରିକ କମିଟି ଓ ସଚେତନ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅନୁଷ୍ଠିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ରେ ୨୦୦ରୁ…

Leave a Reply

Your email address will not be published. Required fields are marked *

Archives

Categories