#Breaking News

ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ରେ ପାହାଡି ତରଙ୍ଗ ଅନୁଷ୍ଠାନ ର କୃତିତ୍ୱ


ଫୁଲବାଣୀ (ସୁନୀଲ ପଟନାୟକ )
ଓଡିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ରେ କନ୍ଧମାଳ ର ସର୍ବ ପୁରାତନ ସଂସ୍କୃତିକ ଅନୁଷ୍ଠାନ ର କୁନି କୁନି ନୃତ୍ୟଙ୍ଗନା ମହା ମଣ୍ଡଳସ୍ତରୀୟ ପ୍ରଥମ ସ୍ଥାନ ଅଧିକାର କରି ବାଲିଗୁଡା ତଥା କନ୍ଧମାଳ ଜ଼ିଲ୍ଲା ର ଗର୍ବ ଓ଼ ଗୌରବ ଆଣିଛନ୍ତି l ଜ଼ିଲ୍ଲାର ଅଗ୍ରଣୀ ତଥା ସର୍ବ ପୁରାତନ ସଂସ୍କୃତିକ ଅନୁଷ୍ଠାନ ର ନୃତ୍ୟଗୁରୁ କେଦାର ନାୟକ ଏବଂ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଭାପତି ସମ୍ପାଦକ ଏବଂ ସଦସ୍ୟ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି l ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ପ୍ରମୋଦ ଦଣ୍ଡସେନା ଅନୁଷ୍ଠାନ ର ନୃତ୍ୟଗୁରୁ ଏବଂ କୃତିତ୍ବ ଅର୍ଜନ କରିଥିବା ନୃତ୍ୟଙ୍ଗନା ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି l

Leave a comment

Your email address will not be published. Required fields are marked *