ଓଡିଶା ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ

Udaya_Labanya | September 18, 2022 | 8 views |0 | Breaking News

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସେପ୍ଟେମ୍ବର ୧୭ ତାରିଖ କୁ ଓଡିଶା ମୋଟର ଚାଳକ ସଂଘ ଚାଳକ ଦିବସ ଭାବେ ସାରା ରାଜ୍ୟର ବିଭିନ୍ନ ଶାଖାରେ ପାଳନ କରୁଛି l ଏହି ପରିପ୍ରେକ୍ଷୀରେ ଆଜି ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଓଡ଼ିଶା ମୋଟର ଚାଳକ ସଂଘ ତୁମୁଡିବନ୍ଧ ଶାଖା ଦ୍ଵାରା ଶନିବାର ଦିନ ଚାଳକ ଦିବସ ପାଳନ ହୋଇଯାଇଛି । ସଭାପତି ପ୍ରଶାନ୍ତ ପଟ୍ଟନାୟକ ଙ୍କ ନେତୃତ୍ୱରେ ତୁମୁଡିବନ୍ଧ ଅଞ୍ଚଳର ସମସ୍ତ ଚାଳକ ଏକାଠି ହୋଇ ବିଶ୍ୱକର୍ମା ପୂଜା ମଣ୍ଡପ ଠାରୁ ବାହାରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ଦେଇ ଏକ ପଦଯାତ୍ରା କରିଥିଲେ । ଏବଂ ମୁଖ୍ୟ ବଜାର ଛକରେ ବିଗତ ଦିନରେ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ସାଥି ଚାଳକଙ୍କ ଫୋଟଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କ ଆତ୍ମା ର ସଦଗତି ନିମନ୍ତେ ଏକ ନିରବ ପ୍ରାର୍ଥନା କରିବା ସହ ସଂଘର ସଭାପତି ପ୍ରଶାନ୍ତ ପଟନାୟକ ଏବଂ ତୁମୁଡିବନ୍ଧ ଅଂଚଳର ବରିଷ୍ଠ ମୋଟର ଚାଳକ ସନ୍ତୋଷ ଚାନ୍ଦଙ୍କୁ ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ଶତାଧିକ ମୋଟର ଚାଳକ ଉପସ୍ଥିତ ରହିଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories