ଜ଼ିଲ୍ଲା ସ୍ତରୀୟ ଯୁବ ଉତ୍ସବ ପ୍ରସ୍ତୁତି ବୈଠକ
Udaya_Labanya | September 18, 2022 | 63 views |0 | Breaking News
ଫୁଲବାଣୀ (ulaapra)
ଶନିବାର ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଠାରେ,26.9.2022 ରିଖ ଦିନ ଫୁଲବାଣୀ ଜିଲ୍ଲା ସଦରମହକୁମା ଠାରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହେବ l ସେଥିପାଇଁ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଙ୍କର ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ପ୍ରସନ୍ନ ବିଶୋଇ, ଓଲିଉଡ ସିଙ୍ଗର ଏବଂ ଆକ୍ଟର ଜଳନ୍ଧର ବେହେରା, ଆଇନଜୀବୀ ମନୋଜ କୁମାର ପଟ୍ଟନାୟକ, ନେହରୁ ଯୁବ କେନ୍ଦ୍ରର ସହକର୍ମୀ ସତ୍ୟବାନ ଦଳବେହେରା ସ୍ବେଛାସେବୀ ମାନଙ୍କ ମଧ୍ୟରେ ସୋନାଲି ଡିଗାଲ, ମେଘାରାଣୀ ମହାପାତ୍ର, ରୀତିମା ବାଘ, ସିବେନ୍ଦ୍ର ଡିଗାଲ, ସୁଭଦ୍ରା ମଲ୍ଲିକ, ଚନ୍ଦ୍ରମଣି ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ 1ଏହି ଉତ୍ସବ ରେ ଛଅ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି ଯଥା ଚିତ୍ରାଙ୍କନ, କବିତା ପାଠ ଚକ୍ର, ବକୃତା, ସାଂସ୍କୃତିକ କାର୍ଯ୍ୟକ୍ରମ, ଫୋଟୋଗ୍ରାଫି, ଜିଲ୍ଲା ଯୁବ ସମ୍ମିଳନୀ ଇତ୍ୟାଦି ଅନୁଷ୍ଠିତ ହେବ1 ପ୍ରତି ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ପାଇଁ ଅର୍ଥରାଶି ଓ ଟ୍ରଫି,ପ୍ରମାଣପତ୍ର ଇତ୍ୟାଦିର ବ୍ୟବସ୍ଥା ରହିଅଛି l ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ ବୋଲି ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଯୁବ ଅଧିକାରୀ ଅବଗତ କରିବା ସହିତ ଇଛୁକ ପ୍ରତିଯୋଗୀମାନେ ନେହରୁ ଯୁବ କେନ୍ଦ୍ର କାର୍ଯ୍ୟାଳୟକୁ ଯୋଗାଯୋଗ କରିବା ପାଇଁ କହିଥିଲେ 1