ବିଜେପି ରେ ସାମିଲ ହେଲେ ତିନିଶହ ଲୋକେ

Udaya_Labanya | September 18, 2022 | 74 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ନଗର ମଣ୍ଡଳ ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଫୁଲବାଣୀ ମାଷ୍ଟ୍ରପଡା ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟ କର୍ମରେ ମୁଖ୍ୟ ଅତିଥି ଭାବେ ଜିଲା ବିଜେପି ସଭାପତି ଜଗରନାଥ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ,ଜିଲା ବିଜେପି ମହିଳା ନେତ୍ରୀ ତଥା ଫୁଲବାଣୀ ପୌରପରିସଦ ଅଧକ୍ଷା ସ୍ମିତାରଣୀ ମହାନ୍ତି ଓ ବିଜେପି ନଗର ସଭାପତି ସୁଶାନ୍ତ କୁମାର ମହାନ୍ତି ଯୋଗଦେଇଥିବାବେଳେ ନଗରର ବିଜେପି କର୍ମକର୍ତା ଓ ବିଜେପି ବହୁ କର୍ମୀ ଏହି କାର୍ଯ୍ୟକର୍ମରେ ଯୋଗ ଦେଇଥିଲେ। ପ୍ରଥମେ ବିଜେପି ନଗର ସାଧାରଣ ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ନଗର ସଭାପତି ସୁଶାନ୍ତ ମହାନ୍ତି ପ୍ରାରମ୍ଭିକ ଅଭିଭାଷଣ ଦୃ ବିଜେପି ମୋଦି ସରକାର ଙ୍କର ବିଭିନ୍ୟ ଜନାହିତ କରି ଯୋଜନା କୁ ତୃଣମୂଳ ସ୍ତରକୁଯାଇ ଏହାର ପ୍ରଚାର ପ୍ରସାର କରିବାକୁ ଆହ୍ୱାନ ଦେଇଥିଲେ। ସେହିଭଳି ସାଂସଦ ପାର୍ଥି ଐର ଖାରବେଳ ସ୍ୱାଇଁ ରାଜ୍ୟ ବିଜେଡି ସରକାର ଉପରେ ବର୍ଷିଥିଲେ। କେନ୍ଦ୍ରୀୟ ଯୋଜନାକୁ ବିନେପି ହାଡପ କରୁଛି। ଜର ସାଧାରଣ ଲୋକଙ୍କପାଖଟେ ଏହି ଯୋଜନା ପହଂଚି ପାରୁନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି କୃଷକ ଙ୍କ ପାଇଁ ଯୋଜନା ହେଉ ବିନେଡି ସରକାର ଏ ସବୁ ଯୋଜନା ଲୋକ କ ପାଖରେ ସଠିକ ଢଙ୍ଗରେ ପହଂଚିପାରୁନାହିଁ। ଏହି କର୍ମଶାଳାରେ ଫୁଲବାଣି ନଗରରୁ ତିନିଶହ ରୁ ଉର୍ଦ୍ଧ ଲୋକ ବିଜେପି ଦଳ ରେ ସାମିଲ ହୋଇଥିଲେ l ।ଆଗାମୀସାଧାରଣ ନିର୍ବାଚନକୁ ଆଖିଆଗରେ ରେ ରଖି ତୃଣମୂଳ ସ୍ତରରେ ବିଜେପି ସଂଗ ଠନକୁ ସୃଦୁଢ କରିବାକୁ ଏବେଠାରୁ କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି ଜିଲା ସଭାପତି ଜଗନାଥ ସାହୁଓ ବିଜେପି ନଗର ସଭାପତି ସୁଶାନ୍ତ ମହାନ୍ତି l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories