ବେଲଘର ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ

Udaya_Labanya | September 18, 2022 | 99 views |0 | Breaking News


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଡାକ୍ତରଖାନା ଓ ଡାକ୍ତର ଅଭାବ ଯୋଗୁଁ ଏହାର ସିଧା ସଳଖ ଫାଇଦା ଉଠାଉଛନ୍ତି ଅଣ ତାଲିମ୍ ପ୍ରାପ୍ତ ବଙ୍ଗାଳି ଡାକ୍ତର। କୌଣସି ଅଭିଜ୍ଞତା ନଥିବା ସତ୍ବେ ଡାକ୍ତର ସାଜି ରୋଗୀ ଚିକିତ୍ସା କରିବା ସହ ଚଢ଼ା ଦରରେ ଔଷଧ ବିକ୍ରି କରି ମାଲାମାଲ ହେଉଥିବା ଜଣାପଡ଼ିଛି। ଏଭଳି ଏକ ବେନାମୀ କ୍ଲିନିକ୍ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ବେଲଘର ଅଞ୍ଚଳରେ। ବେଲଘର ଛକରେ ଜୟନ୍ତ ବସୁ ନାମକ ଜଣେ ନକଲି ଡାକ୍ତର ଖୁଲମଖୁଲା ଭାବରେ କ୍ଲିନିକ୍ ଖୋଲି ଡାକ୍ତର ସାଜି ରୋଗୀ ଚିକିତ୍ସା କରିବାସହ ଚଢ଼ା ଦରରେ ରୋଗୀଙ୍କୁ ଔଷଧ ବିକ୍ରି କରୁଛନ୍ତି । ଯାହାକି କୌଣଶି ଶିକ୍ଷାଗତ ଯୋଗ୍ୟତା ନଥିବା ବେଳେ ଚିକିତ୍ସା କରିବା ପାଇଁ କୌଣସି ଅନୁମତି ପତ୍ର ନଥାଇ ସମ୍ପୃକ୍ତ ନକଲି ଡାକ୍ତର ବେଧଡକ ଚିକିତ୍ସା କରୁଥିବା ଜଣାପଡ଼ିଛି। ଜିଲ୍ଲା ଡ୍ରଗ୍ ଇନିସ୍ପେକ୍ଟରଙ୍କ ଜାଣତରେ ଏଭଳି କାର୍ଯ୍ୟ ଘଟୁଛି ନା ଅଜାଣତରେ ଘଟୁଛି ତାହା ତଦନ୍ତ ସାପେକ୍ଷ ।ଏଣୁ ଏହି ଜିଲ୍ଲାରେ ଥିବା ସମସ୍ତ ବେଆଇନ କ୍ଲିନିକ ଉପରେ ଚଢ଼ାଉ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories