ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ପରଲୋକ

Udaya_Labanya | September 19, 2022 | 67 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ପୂର୍ବତନ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ଟିକାବାଲି ବ୍ଲକ ଅଧ୍ୟକ୍ଷ, ବର୍ଷିଆନ କଂଗ୍ରେସ ନେତା ବରୁଣ ଭୋଇ ଙ୍କ ଆଜି ପରଲୋକ ହୋଇଯାଇଛି l
ସେ ଦୀର୍ଘ ବର୍ଷ ଧରି ଅସୁସ୍ଥ ଥିଲେ ମୃତ୍ୟୁ ବେଳକୁ ତାଙ୍କୁ ସତୁରି ବର୍ଷ ହୋଇଥିଲା l
ସେ ଜଣେ ଦକ୍ଷ ସଂଗଠକ, ମେଳାପୀ, ବନ୍ଧୁ ବତ୍ସଳ ଥିଲେ l
ତାଙ୍କ ବିୟୋଗ ରେ ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକ, ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ନାଗାର୍ଜୁନ ପ୍ରଧାନ. ପୂର୍ବତନ ଯୁବକଂଗ୍ରେସ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଫିଲମୋହନ ନାୟକ,
ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ପି ସି ସି ସଦସ୍ୟ ତଥା କଂଗ୍ରେସ ନେତା ଘନ ଶବର, ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀ,
ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗଲ,
ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସଭାପତି ସୁନୀଲ ପଟନାୟକ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories