ପୂର୍ବତନ ଚକାପାଦ ଥାନା ଅଧିକାରୀ ଙ୍କୁ ତିନିବର୍ଷ ଜେଲ ଓ ଦଶ ହଜାର ଜରିମାନା
Udaya_Labanya | September 20, 2022 | 23 views |1 | Breaking News
ଫୁଲବାଣୀ (ସୁନୀଲ ପଟନାୟକ )
ମଙ୍ଗଳବାର ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ କୋର୍ଟ ବିଚାର ପତି କନ୍ଧମାଳ ଜିଲ୍ଲାଚକାପାଦ ଥାନା ଦାୟିତ୍ୱରେ ଥିବା ପୂର୍ବତନ ଥାନାଧିକାରୀ ହରିବନ୍ଧୁ ପରିଡା ଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି lଜୋରିମାନା ଅନାଦେୟ ଅଧିକ ଚାରିମାସ କାରାଦଣ୍ଡାଦେଶ ଦେଇଛନ୍ତି l ଅଭିଯୁକ୍ତ ପରିଡା ଗତ ଜୁନ ତିରିଶ ୨୧ ମସିହା ରୁ ଅବସର ନେଇ ଗଣପତି ନଗର,ଚତୁର୍ଥ ଲେନ ବ୍ରହ୍ମପୁର ରେ ରହୁଛନ୍ତି lତେବେ କାରାଦଣ୍ଡ ଘୋଷଣା ପରେ ପରିଡା ଜାମିନ ରେ ଯାଇଛନ୍ତି l ସରକାର ଙ୍କ ପକ୍ଷରୁ ବରିଷ୍ଠ ଆଇନ ଜୀବି v.v ରାମଦାସ ମକ ଦମା ପରିଚାଳନା କରୁଥିଲେ l