ଲଗାଣ ବର୍ଷା ରେ ବାଘ ନଦୀରେ ପ୍ରବଳ ବନ୍ୟାଜଳ, ପମ୍ପ ହାଉସ ଉପରେ ଫସିଥିବା ୫ ଉଦ୍ଧାର
Udaya_Labanya | September 20, 2022 | 21 views |1 | Breaking News
ଫୁଲବାଣୀ -20/09(ସୁନୀଲ ପଟନାୟକ )
ସୋମବାର ଓ ମଙ୍ଗଳବାର ଲଘୁ ଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ରେ ବିଭି ନ୍ନ ନଦୀରେ ଜଳ ସ୍ତର ବଢ଼ିବା ରେ ଲାଗିଛି l ଫିରିଙ୍ଗିଆ ବ୍ଲକ ର ବlଲନ୍ଦlପଡ଼l ର ବାଘ ଡୁଙ୍ଗୁରି ଗ୍ରାମର ପାଞ୍ଚ ଜଣ ଗ୍ରାମ ବାସୀ ଆଜି ସକାଳ ସମୟରେ ଗ୍ରାମର ପାଞ୍ଚ ଜଣ ଗ୍ରାମବାସୀ କାମ କରିବାକୁ ବାଘ ନଦୀ ପାର ହୋଇ ବାଲନ୍ଦlପଡ଼l କୁ ଯାଉଥିବା ବେଳେ ବାଘ ନଦୀରେ ହଟାତ ପାଣି ଆସି ଯିବାରୁ ନଦୀ ପାଖରେ ଥିବା ପମ୍ପ ହାଉସ୍ ଘର ଉପରେଚଢି ଜୀବନ ବଞ୍ଚାଇବା ଥିଲେ l ଖବର ପାଇ ଫିରିଙ୍ଗିଆ ଅଗ୍ନିସମ ବିଭାଗ ଓ ଟିମହ୍ୟୁମାନୀଟି ସଦସ୍ୟ ମାନେପମ୍ପ ହାଉସ ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧର କରିଥିଲେ l
ସେହିପରି ବାଲନ୍ଦାପଡା ରୁ କଣ୍ଟାମଳ ଗମନା ଗମନ ବିଛିନ୍ନ ହୋଇଥିବାବେଳେ ଗୋଛାପଡା -କେରାଣ୍ଡିବାଲୀ ରାସ୍ତା ର ବିଭିନ୍ନ ସ୍ଥାନ ରେ କ୍ଷୟକ୍ଷତି ହୋଇଛି l
ବିଦ୍ୟୁତ ସରବରାହ ବିଛିନ୍ନ ହୋଇଥିବାବେକେ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି l
ଫିରିଙ୍ଗିଆ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ପୁନରୁଦ୍ଧାର କାର୍ଯ୍ୟ ଯେପରିଅତି ଶିଘ୍ର ହେବ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି lସେହିପରି ବନ୍ୟା କ୍ଷତି ଗ୍ରସ୍ତ ଲୋକେ ଯେପରି ସରକାରୀ ସହାୟତା ପାଇବେ ସେଥିପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦେଉଥିବା କଥା ବିଡ଼ିଓ ମହନ୍ତ କହିଛନ୍ତି l
ଜିଲାର ବାଲିଗୁଡା ଅଂଚଳ ରେ ଚବିସ ଘଣ୍ଟା ମଧ୍ୟରେ ୩0୨ ମିମି ବର୍ଷା ହୋଇଥିବାବେଳେ ଫିରିଙ୍ଗିଆ ରେ ୮ ୯ ମି ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି l